ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି। ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା। ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ରାହୁଲ ଶର୍ମା ହେଉଛନ୍ତି ଜଣେ ନ୍ୟାଭି ଅଫିସର ।

ମଙ୍ଗଳବାର ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବିବାହରେ ଶ୍ରଦ୍ଧା ଏକ ଗୋଲ୍ଡେନ ଏବଂ ମେରୁନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ରାହୁଲ ଧଳା ରଙ୍ଗର ସେରଓ୍ବାନୀରେ ଖୁବ୍‌ ହ୍ୟାଣ୍ଡସମ ଲାଗୁଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।

Share