କୁଣ୍ଢେଇଗୋଳା-ବୁଢାପାଳ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ,୨୮ା୮(ଡ଼ି.ଏନ୍‌.ଏ.)
ଲଗାଣ ବର୍ଷା ଯୋଗୁ ଦେବଗଡ ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ା ଏଥିଯୋଗୁ କୁଣ୍ଢେଇଗୋଳା ଓ ବୁଢାପାଳ ଗ୍ରାମ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି ା ସେହିପରି ଉକ୍ତ ରାଜପଥ ଦେଇ ଦେବଗଡରୁ ଅନୁଗୁଳ ଯାତାୟାତ କରୁଥିବା ଶତାଧିକ ଯାନବାହାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିି ରହିଛି ା ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଅଧିକ ବୃଦ୍ଧି ପାଇ ଫସଲ ଓ ଧନଜୀବନ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି ା

Share