Categories: ଗଞ୍ଜାମ

ସଙ୍ଗୀତର ତାଳେତାଳେ ନାଚିଲେ କୁନି ପ୍ରତିାଯୋଗୀ

ଗଞ୍ଜାମ,୧୧।୯: (ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ବାଲୀସାହି ଗଣେଶ ପୂଜା କମିଟି ପକ୍ଷରୁ କୁନିକୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।ବିଦ୍ୟୁତ ବିଭାଗୀୟ ଅଧିକାରୀ ବଂଶୀଧର ନାୟକ, ସାନିଟେଶନ ଏକ୍ସପଟ ନରେନ୍ଦ୍ର ପୃଷ୍ଟି, ଭଦ୍ରବ୍ୟକ୍ତି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନୃତ୍ୟ ପ୍ରତିଯୋଗିତାରେ ଉକ୍ତ ସାହିର ଝୁନା ନାୟକଙ୍କ ଝିଅ ଶ୍ରୀୟା ନାୟକ (୬ ବର୍ଷ )ପ୍ରଥମ, ହରପ୍ରିୟା ନାୟକ(୬ବର୍ଷ )ଏବଂ ବାବୁ ନାୟକଙ୍କ ଝିଅ ଲବଲି ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପରେ କୃତି ପିଲାଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହାକୁ ଜଗବନ୍ଧୁ ଦାସ, ସୁରେନ୍ଦ୍ର ନାୟକ, ଝୁନା ନାୟକ, ବୁବୁ ନାୟକ, ଲୋକନାଥ ନାୟକ, ସନ୍ତୋଷ ନାୟକ, ଦୁର୍ଗା ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।