୬ଷ୍ଠ ଥର ପଦ ହାତେଇଲେ କୁଞ୍ଜଲତା

ନିମାପଡା,୨୮।୨ (ଡି.ଏନ୍‌.ଏ.): ନିମାପଡା ବ୍ଲକ ଅନ୍ତର୍ଗତ ୧୮ନଂ. ଜୋନ ଭାଜପା ଜିଲା ପରିଷଦ ପ୍ରାର୍ଥୀ ସ୍ବପ୍ନ କୁମାର ମିଶ୍ରଙ୍କୁ ପରାସ୍ତ କରି ବିଜେଡି ଜିଲା ପରିଷଦ ପ୍ରାର୍ଥୀ କୁଞ୍ଜଲତା ସାମଲ ବିଜୟୀ ହୋଇଛନ୍ତି। କୁଞ୍ଜଲତା ୫ ଥର ବିଭିନ୍ନ ଜୋନ୍‌ରୁ ନିର୍ବାଚିତ ହୋଇଥିବାବେଳେ ଚଳିତ ଥର ନିର୍ବାଚନ ଜିତି ୬ଷ୍ଠ ଥର ପାଇଁ ବିଜୟ ହାସଲ କରିଛନ୍ତି। ରବିବାର ୧୯ନଂ. ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ଚାଲୁ ରହିଛି। ୭ମ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ଜିଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ପଣ୍ଡା ୫ ହଜାର ୧୭୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ପ୍ରଦୀପ୍ତ କୁମାର ଖଟୋଇ ୮ ହଜାର ୮୦୪ ଭୋଟ ପାଇ ୩ ହଜାର ୬୩୦ ଭୋଟରେ ଆଗରେ ରହିଛନ୍ତି।

Share