ଭୋପାଳ,୨।୮: ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ଆଉ ଏକ ଚିତା ବାଘ ତିବଲିଶର ମୃତ୍ୟୁ ହୋଇଛି। ଚିତାବାଘର ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ। ଗତ ଚାରି ମାସ ମଧ୍ୟରେ କୁନୋ ଜାତୀୟ ଉଦ୍ୟାନରେ ୯ ଚିତାଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ଟି ଚିତାବାଘ ଏବଂ ତିନିଟି ଛୁଆ ବାଘ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୧୪ଟି ଚିତା ଏବଂ ଗୋଟିଏ ଛୁଆ ଅଛି।