ଶ୍ରୀନଗର,୧୬।୨ : ଜମ୍ମୁ-କଶ୍ମୀରର କୁପୱାରାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଏଠାରେ ଏକ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ଯବାନ ପଣ୍ଡ କରିଛନ୍ତି। ସୁରକ୍ଷା ବାହିନୀଙ୍କର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାରା ସୀମାରୁ କିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ।
ଏନେଇ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଅପରେଶନ ଆରମ୍ଭ କରି ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଦେଇଥିଲେ। କିନ୍ତୁ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଭାରତୀୟ ସୁରକ୍ଷାକର୍ମୀମାନେ ଏହାର ଜବାବରେ ପାଲଟା ଗୁଳି ଚାଳନା କରିଥିଲେ ବୋଲି ସୁରକ୍ଷା ମୁଖପାତ୍ର ସୂଚନା ପ୍ରଦାନ କରିଛନ୍ତି।