ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବେ କୁଶାଲଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ସବୁକିଛି ସ୍ପଷ୍ଟ ହୋଇଛି।

ଶିବାଙ୍ଗୀଙ୍କ ଜନ୍ମଦିନରେ କୁଶାଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋଠାରୁ କ୍ୟାପଶନ୍‌ଟି ଅଧିକ ଦୃଷ୍ଟି ଆକର୍ଷଣ କରୁଛି। କାରଣ ଏଥିରେ ଅଭିନେତା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ସୁନ୍ଦରୀ। ଝିଅଟିଏ ମଧ୍ୟରେ ଦୟା, ସ୍ନେହ, ମଜାଳିଆ ସ୍ବଭାବ ଭଳିଯେଉଁ ସବୁଗୁଣ ରହିବା ଉଚିତ ସବୁକିଛି ଥିବା ସେ କହିଛନ୍ତି।

କେବଳ ଏତିକି ନୁହେଁ ଶିବାଙ୍ଗୀଙ୍କୁ ଜୀବନରେ ପାଇ ବେଶ ଖୁସି ଥିବା କୁଶାଲ କହିଛନ୍ତି। ଏମିତି ଆଉ ଅନେକେ ଜନ୍ମଦିନ ଏବଂ ସ୍ମୃତି କରିବାକୁ ଇଚ୍ଛା ଥିବା ସେ କହିଛନ୍ତି। କୁଶାଲଙ୍କ ପୋଷ୍ଟରେ ଶିବାଙ୍ଗୀ ହୃଦୟ ଇମୋଜି ଦେଇଛନ୍ତି। ପୋଷ୍ଟଟି ବେଶ ଭାଇରାଲ ହେଉଥିବା ବେଳେ ଯୋଡ଼ି ହେବ ତ ଏମିତି ବୋଲି କହୁଛନ୍ତି।

Share