ବିବାହର ୨ ଦିନ ପରେ ବିମାନରେ ଏକ୍ସବୟପ୍ରେଣ୍ଡଙ୍କୁ ଭେଟିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତଥା ବିଗ ବସ ୭ ବିଜେତା ଗୌହର ଖାନ ଡିସେମ୍ବର ୨୫ରେ ପ୍ରେମିକ ଜୈଦ ଦରବାରଙ୍କୁ ବିବାହ କରିଥିଲେ। ଅନେକ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ଗୌହର ବିବାହର ଦୁଇ ଦିନ ପରେ ହନିମୁନ୍‌ ନ ଯାଇ ନିଜ କାମକୁ ଯାଇଛନ୍ତି। ନିକଟରେ ତାଙ୍କୁ ଗୌହରଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ବିମାନରେ ଯାଉଥିବାବେଳେ ଗୌହରଙ୍କ ପୂର୍ବତନ ପ୍ରେମିକ ତଥା ପୂର୍ବତନ ବିଗ ବସ ପ୍ରତିଯୋଗୀ କୁଶାଲ ଟଣ୍ଡନଙ୍କ ସହ ଭେଟ ହୋଇଥିଲା। ସେ ଗୌହରଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। କୁଶାଲ ଗୌହରଙ୍କ ସହ କିଛି ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଗୌହର ଏବଂ କୁଶଲଙ୍କୁ ଦେଖିବାକୁ ମିଳିଛି। ଭିଡିଓ ସେୟାର କରିବାବେଳେ କୁଶଲ ଟଣ୍ଡନ ଏହାକୁ ସୁନ୍ଦର ବୋଲି କହିଛନ୍ତି। ଭିଡିଓରେ କୁଶଲ କହୁଛନ୍ତି ମୁଁ କିଛି ସ୍ଥାନକୁ ଯାତ୍ରା କରୁଥିଲି ଏବଂ ସୌଭାଗ୍ୟବଶତଃ ମୋର ଜଣେ ପୁରୁଣା ବନ୍ଧୁ ପାଇଲି। ଯିଏକି ନିକଟରେ ବିବାହ କରିଛନ୍ତି। ବିଗ ବସ ସମୟରେ କୁଶାଲ ଏବଂ ଗୌହରଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ ଆରମ୍ଭ ହୋଇଥିଲା। ଅବଶ୍ୟ, କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିଲା ନାହିଁ ଏବଂ ଉଭୟ ଅଲଗା ହୋଇଗଲେ।

 

Share