ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ବରଗଡ଼ ଅଫିସ,୨।୧୦: କୃଷି ବିଲ୍‌କୁ ବିରୋଧ ଏବଂ ଉତ୍ତରପ୍ରଦେଶର ହତରସ ଅଞ୍ଚଳରେ ଗଣ ବଳାତ୍କାରରେ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବରଗଡ଼ ଜିଲା କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଗାନ୍ଧୀଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏଥିରେ କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂ, ନିହାର ରଞ୍ଜନ ମହାନନ୍ଦ, ନିପନ କୁମାର ଦାଶ, ବ୍ରହ୍ମାନନ୍ଦ ମହାକୁଡଙ୍କ ସମେତ ବହୁସଂଖ୍ୟକ ଦଳୀୟ ନେତା, କର୍ମୀ ସାମିଲ ହୋଇଥିଲେ।

Share