Categories: ଜାତୀୟ

ଏନ୍‌ଡିଏ-ମହାମେଣ୍ଟ ପାଇଁ କିଙ୍ଗ୍‌ ମେକର ହେବ କି କୁଶବାହାଙ୍କ ତୃତୀୟ ସାମୁଖ୍ୟ: ଚର୍ଚ୍ଚା ଆରମ୍ଭ !

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ। ଚଳିତ ଥର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏନ୍‌ଡିଏ ଏବଂ ତେଜସ୍ବୀ ଯାଦବଙ୍କ ମହାମେଣ୍ଟ ମଧ୍ୟରେ ଲଢ଼େଇ ଜାରି ରହିଛି। ଚଳିତ ଥର ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶବାହାଙ୍କ ନେତୃତ୍ୱରେ ତୃତୀୟ ସାମୁଖ୍ୟ ଗଠନ କରାଯାଇଛି। ୬ଟି ଦଳ ତୃତୀୟ ସାମୁଖ୍ୟରେ ରହି ନିର୍ବାଚନ ଲଢୁଛନ୍ତି। କୁଶବାହାଙ୍କ ତୃତୀୟ ସାମୁଖ୍ୟ ଚଳିତ ଥର କିଙ୍ଗ୍‌ ମେକରର ଭୂମିକା ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି। କୁଶବାହା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତୃତୀୟ ସାମୁଖ୍ୟ ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ତେବେ ଫଳାଫଳ ପ୍ରକାଶ ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବ।

Share