Posted inଆମ ଜିଲା ଖବର, କନ୍ଧମାଳ, ରାଜ୍ୟ
ଦୁର୍ଗମ କୁଟଲାରିରେ ଗାଁରେ ନାହିଁ ମୌଳିକ ସୁବିଧା: ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀଦେଲେ…
ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ବିଏସ୍ଏନଏ୍ଲର ଅଜବ ନୀତି ଦୀର୍ଘ ଦିନ ହେଲା ମୋବାଇଲ ଟାୱାର ଠିଆ କରାଯିବା ସହ ସରଞ୍ଜାମ, ଯନ୍ତ୍ରପାତି ଖଞ୍ଜା ସରିଲାଣି ବିଦ୍ୟୁତ ପାଇଁ ସୋଲାର ପାନେଲ ମଧ୍ୟ ଲଗାଯାଇଛି। ହେଲେ କାହିଁକି ନେଟୱର୍କ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ।
ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଝିଞ୍ଜିରିଗୁଡା ପଞ୍ଚାୟତ କୁଟଲାରି ଏଭଳି ଗ୍ରାମ ଯେଉଁଠି ପିଇବାପାଣି ସମସ୍ୟା ରହିଥିବାବେଳେ ସାହିକୁ କଂକ୍ରିଟ ରାସ୍ତା ନାହିଁ। ଏ ନେଇ ଗ୍ରାମବାସୀ ବହୁବାର ଜିଲା ଆଉ ସ୍ଥାନୀୟ ପ୍ରଶାସନ ନିକଟରେ ନେହୁରା ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଏହି ଗ୍ରାମ ଅବହେଳିତ ହୋଇ ରହିଛି।
ଏହି ଗ୍ରାମରେ ଯେତେବେଳେ ଟାୱାର ଖୁଣ୍ଟି ସ୍ତାପନ କରାଗଲା ଲୋକଙ୍କ ଆଶା ବଢ଼ିଲା। ଫୋର ଜି ନେଟୱାର୍କ କାର୍ଯ୍ୟକ୍ଷମ ହେବ ଶୁଣି ଲୋକଙ୍କ ଆଶା ଓ ବିଶ୍ୱାସ ବଢ଼ିଲା। ଏଣିକି ଟାୱାର ହେଲା ନେଟୱାର୍କ ଚାଲିବ ଆଉ ଗାଁରେ ଥିବା ସମସ୍ୟା ଦୂର ହେବ। ହେଲେ ଏବେତକ ଲୋକଙ୍କ ଆଶା ଆଶାରେ ରହିଗଲା। ମାସ ମାସ ବିତିଯାଇଥିଲେ ସୁଦ୍ଧା ନେଟୱାର୍କ କାର୍ଯ୍ୟକ୍ଷମ କରାଯାଉନାହିଁ । ଏନେଇ ଗ୍ରାମବାସୀ ଗା ର ଏକାଧିକ ସମସ୍ୟା ବିଶେଷ କରି ମୌଳିକ ସୁବିଧା ପିଇବା ପାଣି, କଂକ୍ରିଟ ରାସ୍ତା, ମୋବାଇଲ ନେଟୱାର୍କ, ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।