ନେଗେଟିଭ କ୍ୟାରେକ୍ଟରରେ ଆସିବେ ତବ୍ୱୁ

ମୁମ୍ବାଇ: ବଲିଉଡ୍ ନାୟିକା ତବ୍ୱୁ କିଛିଦିନ ହେବ ବଡ ପରଦାଠାରୁ ଟିକେ ଦୂରରେ ଥିବା ବେଳେ ଏଥର କିନ୍ତୁ ଏକ ଡିଫରେଣ୍ଟ କ୍ୟାରେକ୍ଟରରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଆସମାନ ଭରଦ୍ୱାଜଙ୍କ ଫିଲ୍ମ ‘କୁତ୍ତେ’ରେ ତବ୍ୱୁ ଏକ ନେଗେଟିଭ କାରେକ୍ଟରରେ ଦେଖାଦେବେ । ଏଥିରେ ସେ ଜଣେ କନଷ୍ଟେବଳ କ୍ୟାରେକ୍ଟରରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଫିଲ୍ମରେ ସେ ପମ୍ମି ଚରିତ୍ରରେ ନଜର ଆସିବେ । ତବ୍ୱୁଙ୍କ ବ୍ୟତୀତ ଅର୍ଜୁନ କପୁର, କୋଙ୍କଣା ସେନ ଶର୍ମା ଓ ରାଧିକା ମଦାନ ବି ଦେଖାଯିବେ । ଏଥିରେ ଅର୍ଜୁନ କପୁର ବି ଜଣେ ପୋଲିସ କନଷ୍ଟେବଳ ଭୂମିକାରେ ନଜର ଆସିବେ । ସେହିପରି କୋଙ୍କଣା ସେନ ଶର୍ମା ଜଣେ ନକ୍ସଲ ବା ମାଓବାଦୀ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିରେ ସମସ୍ତ ଚରିତ୍ର ପଇସା ପଛରେ ଗୋଡାଉଥିବା ଦେଖାଯାଇଛି । ଅନ୍ୟପଟେ ରାଧିକ ମଦାନ ଜଣେ କଲେଜ ଛାତ୍ରୀ ଭୂମିକାରେ ଦର୍ଶକଙ୍କୁ ମନୋରଞ୍ଜନ ଦେବେ । ଫିଲ୍ମ ‘କୁତ୍ତେ’ର ଅଧିକାଂଶ ଭାଗ ଶୁଟିଂ ସରିଥିବା ବେଳେ ଆଉ ମାତ୍ର ୧୫ ଦିନର ଶୁଟିଂ ବାକି ଅଛି । ଯାହା ଖୁବଶୀଘ୍ର ସରିବ । ଏହାର ସମସ୍ତ ଶୁଟିଂ ମୁମ୍ବାଇରେ କରାଯାଇଛି ।

Share