କୁଟୁରା ଇଂଲିଶ ନାମ ପରିବର୍ତ୍ତନରୁ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ରେ କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର କୁହାଯାଉଥିଲା। ଏପ୍ରିଲ ୨୦୨୩ରେ ବନ୍ୟପ୍ରାଣୀ ସଂଶୋଧିତ ଆଇନରେ ଏହାର ନାମ ପରିବର୍ତ୍ତନ କରାଯାଇ ମୁଣ୍ଟଜାକ୍‌ ଡିଅର କରାଯାଇଛି। ତେବେ ଏହାକୁ ୩ଟି ପ୍ରଜାତିରେ ବିଭକ୍ତ କରାଯାଇଥିବାରୁ ଏହି ଆଇନ ଏବେ ଶିକାରୀଙ୍କୁ ସୁହାଇଲା ଭଳି ମନେହେଉଛି।

ସଂଶୋଧିତ ବନ୍ୟପ୍ରାଣୀ ଆଇନ୍‌ରେ କୁଟୁରାର ଇଂଲିଶ ନାମ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ନୂଆ ଆଇନ ଅନୁଯାୟୀ ଶିକାରୀଙ୍କୁ ଜାମିନ ମିଳିବା ସହଜ ହୋଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। କୁଟୁରା ଏକ ବନ୍ୟପ୍ରାଣୀ, ଯାହା ଓଡ଼ିଶାର ପ୍ରାୟ ସବୁ ଜିଲାରେ ଦେଖାଯାଆନ୍ତି। କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର(Barking Deer) କୁହାଯାଉଥିଲା ଏବଂ ୨୦୨୩ ଏପ୍ରିଲ ପୂର୍ବରୁ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଏହା ସିଡ୍ୟୁଲ-୩ ଅନ୍ତର୍ଭୁକ୍ତ ପ୍ରାଣୀ ଥିଲା। ଫଳରେ କୁଟୁରା ଶୀକାର କରି ମାଂସ ଖାଇଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ ହଜାର ଟଙ୍କା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ଥିଲା। ହେଲେ ବର୍ତ୍ତମାନ କୁଟୁରାକୁ ଇଂଲିଶ୍‌ରେ ମୁଣ୍ଟଜାକ୍‌(Muntjac) କୁହାଯାଉଛି। ଗତ ଏପ୍ରିଲ ୧ରେ ସଂଶୋଧିତ ବନ୍ୟପ୍ରାଣୀ ଆଇନ ୧୯୭୨ ଲାଗୁ ହେବା ପରେ ଏବେ କୁଟୁରା ଶିକାର ଏବଂ ମାଂସ ଜବତ ହେଲେ ବନ ବିଭାଗ କିପରି ମାମଲା ରୁଜୁ କରିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁସାରେ, ସଂଶୋଧିତ ଆଇନରେ ଯଦିଓ କୁଟୁରାକୁ ସିଡ୍ୟୁଲ-୧ ତାଲିକାରେ ସ୍ଥାନ ଦିଆଯାଇଛି, କିନ୍ତୁ ଆଗରୁ ଯେଉଁ ଗୋଟିଏ ପ୍ରଜାତି ଭାବରେ ମାମଲା ରୁଜୁ ହେଉଥିଲା, ଏବେ ସେଥିରେ ଅଡୁଆ ରହିଯାଇଛି। କୁଟୁରାକୁ ୩ଟି ପ୍ରଜାତିରେ ବିଭକ୍ତ କରି ନର୍ଦନ ରେଡ୍‌ ମୁଣ୍ଟଜାକ୍‌(Northern Red Muntjak), ଲିଫ୍‌ ମୁଣ୍ଟଜାକ୍‌(Leaf Muntjak) ଏବଂ ମାଲବାର ରେଡ୍‌ ମୁଣ୍ଟଜାକ୍‌(Malabar Red Muntjak) କରାଯାଇଛି। ସଂଶୋଧିତ ତାଲିକାରେ ଏହାକୁ ଯଥାକ୍ରମେ ୬୭, ୬୮ ଓ ୬୯ରେ ରଖାଯାଇଛି। ତେବେ ସମସ୍ୟାଟି ହେଲା କ୍ଷେତ୍ର ବିଶେଷରେ ଏମାନଙ୍କ ଭିତରେ ପ୍ରଭେଦ କରିବା କଷ୍ଟସାଧ୍ୟ ହୋଇପଡ଼ିବ। ଲିଫ୍‌ ମୁଣ୍ଟଜାକ୍‌ ସାଧାରଣତଃ ଉତ୍ତର-ପୂର୍ବ ଭାରତରେ ଦେଖାଯାଉଥିବା ବେଳେ ଓଡ଼ିଶାରେ କିନ୍ତୁ ବାକି ଦୁଇଟି ପ୍ରଜାତି ମିଳିବାର ସମ୍ଭାବନା ଅଛି। ଏଠାରେ ଶିକାର ପରେ ବନ କର୍ମଚାରୀମାନେ ତତ୍‌କ୍ଷଣାତ୍‌ ନର୍ଦନ ରେଡ୍‌ ମୁଣ୍ଟଜାକ୍‌ କିମ୍ବା ମାଲବାର ରେଡ୍‌ ମୁଣ୍ଟଜାକ୍‌କୁ ଚିହ୍ନି ୬୭ ବା ୬୯ ନମ୍ବର ଲେଖି କୋର୍ଟକୁ ପଠେଇବା ଅସମ୍ଭବ ହୋଇପଡ଼ିବ। ଏହାର ନାମକୁ ସନ୍ଦିଗ୍ଧ ବା suspected ବୋଲି ଲେଖି କୋର୍ଟକୁ ପଠେଇଲେ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଯିବାର ସମ୍ଭାବନା ଅଧିକ ରହିବ। ଏନେଇ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ବାଲେଶ୍ୱରରେ ଆମେ ବନ ବିଭାଗ ସହିତ ୨୯ଟି ସିଡ୍ୟୁଲ-୧ ତାଲିକାଭୁକ୍ତ ସାପ ଜବତ କରିଥିଲୁ, ହେଲେ ଦୁର୍ବଳ ମାମଲା ପରିଚାଳନା ହେତୁ ଅଭିଯୁକ୍ତମାନଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଗଲା। ସେଭଳି ସ୍ଥିତିରେ ଯଦି ଓଡ଼ିଶାରେ କୁଟୁରା ଶିକାର କରାଯାଏ, ତେବେ ବନ ବିଭାଗ ନିର୍ର୍ଦ୍ଦିଷ୍ଟ ପ୍ରଜାତି ଚିହ୍ନଟ କରି ମାମଲା କୋର୍ଟକୁ ପଠାଇବା କାଠିକର ପାଠ ହୋଇଯିବ। ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଡିଏନ୍‌ଏ ପରୀକ୍ଷା ହୋଇ ଆସିବା ପରେ ହୁଏତ ମାମଲାରେ ଦଣ୍ଡବିଧାନ ହୋଇପାରେ। ପୂର୍ବରୁ ସମାନ ଅପରାଧରେ ନିମ୍ନ କୋର୍ଟରେ ଜାମିନ ନାମଞ୍ଜୁର ହୋଇ କିଛି ଦିନ ଅଭିଯୁକ୍ତମାନଙ୍କୁ ଜେଲ ଯିବାକୁ ପଡୁଥିଲା। କିନ୍ତୁ ସଂଶୋଧିତ ଆଇନରେ କୁଟୁରାର ଠିକ୍‌ ପ୍ରଜାତି ଚିହ୍ନଟ କରି ନ ପାରି କୋର୍ଟକୁ ମାମଲା ପଠେଇଲେ ସେମାନଙ୍କୁ ଜାମିନ ମିଳିବା ସହଜ ହୋଇପଡ଼ିବ ବୋଲି ମଲ୍ଲିକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପ୍ରାୟ ଜଙ୍ଗଲରେ କୁଟୁରା ଦେଖାଯାଆନ୍ତି ଏବଂ ଏହାର ଶିକାର ପାଇଁ ପ୍ରାୟ ପ୍ରତି ରେଞ୍ଜ ଅଫିସ ତରଫରୁ ମାମଲା ରୁଜୁ କରାଯାଇଥାଏ, ରାଜ୍ୟରେ ଯେତେ ବନ୍ୟପ୍ରାଣୀ ମାଂସ ଜବତ ମାମଲା ରୁଜୁ ହୋଇଥାଏ ତନ୍ମଧ୍ୟରୁ କୁଟୁରା ସବୁଠାରୁ ଅଧିକ ଥାଏ। ଖାଲି ସେତିକି ନୁହେଁ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଦକ୍ଷିଣ ଭାରତରେ ପ୍ରାୟ ସବୁ ରାଜ୍ୟ ବର୍ଷକୁ ଯେତିକି ବନ୍ୟପ୍ରାଣୀ ଶିକାର ମାମଲା ରୁଜୁ କରିଥାନ୍ତି, ସେଥିରେ ମଧ୍ୟ କୁଟୁରା ଶିକାର ସର୍ବାଧିକ। ଏ ସମ୍ପର୍କରେ ଜଣେ ବନ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ଏଣିକି ଆମକୁ ବହୁତ ଅସୁବିଧା ହେବ। ଆମେ ଠିକ୍‌ ପ୍ରଜାତି ଚିହ୍ନଟ ନ କଲେ କୋର୍ଟରେ ହଇରାଣ ହେବୁ, ଅଭିଯୁକ୍ତଙ୍କ ଓକିଲ ଫାଇଦା ନେବେ ଏବଂ ଧାରା ୫୩ରେ ଆମେ ତ୍ରୁଟିପୂର୍ଣ୍ଣ ଜବତ
କୁଟୁରା ଇଂଲିଶ ନାମ …
ପାଇଁ ଦଣ୍ଡିତ ହେବାର ଆଶଙ୍କା ରହିଛି। ତେଣୁ ନିଜ ଚାକିରି ବଞ୍ଚେଇବା ପାଇଁ ଆମକୁ ସିଆର୍‌ପିସି ୪୧ ଏ(CRPC 41 A) ଅନୁଯାୟୀ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡ଼ିବାକୁ ପଡ଼ିବ। ଯେତେବେଳେ ଆମ ପାଖରେ ଡିଏନ୍‌ଏ ରିପୋର୍ଟ ଆସି ପହଞ୍ଚତ୍ବ, ସେତେବେଳେ ଯାଇ କୋର୍ଟଙ୍କ ନିର୍ଦ୍ଦେଶରେ ୱାରେଣ୍ଟ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବୁ ବୋଲି ଅଧିକାରୀ ଜଣକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri