କୁଟୁରା ମାଂସ ଖାଇବା ଆଶାରେ ରହିଗଲା

ଠାକୁରମୁଣ୍ଡା,୪ା୪: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଜଙ୍ଗଲ(୨)ରୁ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଛି। ବନ ବିଭାଗ ଅଧିକାରୀମାନେ ୧୨ କିଲୋ କୁଟୁରା ମାଂସ ଓ ଶିକାରରେ ବ୍ୟବହୃତ ଧନୁ ଏବଂ ତୀର ଜବତ କରିଛନ୍ତି। ଗିରଫ ଶିକାରୀମାନେ ହେଲେ ଡୁମୁରିଆ ଗ୍ରାମର ନରସିଂହ ପାତ୍ର, ମଙ୍ଗସା ହୋ, ଅନଙ୍ଗ ହୋ, ମଣିକରାମ ଜମୁଦା, ଲକ୍ଷ୍ମଣ ହୋ, କାନୁ ହୋ।
ଶନିବାର ରାତିରେ ଶିକାରୀମାନେ ଏକ କୁଟୁରା ଶିକାର କରି ମାଂସ ଭାଗବଣ୍ଟା କରୁଥିଲେ। କୌଣସି ସୂତ୍ରରୁ ଖବରପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଫରେଷ୍ଟର ନଳିନୀ ମହାନ୍ତଙ୍କ ସମେତ ବନ କର୍ମଚାରୀ ଚଢ଼ାଉ କରି ସେମାନଙ୍କୁ ଧରିଥିଲେ।

Share