ବିକ୍ଷୋଭକାରୀ ବିଦେଶୀଙ୍କୁ ବିଦା କରିବ କୁଏଟ୍‌

କୁଏଟ୍‌ ସିଟି, ୧୪ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି କୁଏଟ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିଦେଶୀ ନାଗରିକଙ୍କୁ ବିଦା କରିବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି। ଭାଜପା ପୂର୍ବତନ ନେତ୍ରୀ ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କ ମନ୍ତବ୍ୟ ଉପରେ କୁଏଟ୍‌ରେ ବେଆଇନ ଭାବେ ବିକ୍ଷୋଭ କରାଯାଇଥିବା କୁହାଯାଇଛି। ଏଥିରେ ଭାରତ, ବାଂଲାଦେଶ, ପାକିସ୍ତାନ ସମେତ ଅନ୍ୟ ଦେଶର ନାଗରିକ ସାମିଲ ହୋଇଥିଲେ। ଏବେ ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ସେମାନେ ପୁନର୍ବାର କୁଏଟ୍‌କୁ ଫେରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। କୁଏଟ୍‌ରେ ପ୍ରଚଳିତ ଆଇନ ଅନୁସାରେ, ସେଠାରେ ପ୍ରବାସୀମାନେ କୌଣସି ପ୍ରକାର ବିକ୍ଷୋଭ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ। ଏହା ସତ୍ତ୍ୱେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଦି ଏବେ ଏହି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଗକୁ ଅନ୍ୟ ଦେଶର ନାଗରିକ ସେଠାରେ ଆଇନକୁ ହାତକୁ ନେବାର ଆଶଙ୍କା ରହିଥିବା କୁଏଟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶର ଆଇନକାନୁନ୍‌କୁ ସମସ୍ତ ବିଦେଶୀ ନାଗରିକ ମାନି କୌଣସି ପ୍ରକାର ଆନ୍ଦୋଳନ କିମ୍ବା ବିକ୍ଷୋଭରେ ସାମିଲ ନ ହେବା ଉଚିତ ବୋଲି କୁଏଟ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bank Nomination Rules: ଏବେ ଉତ୍ତରାଧିକାରୀ ପାଇବେ ଏହି ହିସାବରେ ଟଙ୍କା! ବ୍ୟାଙ୍କ ନୋମିନିରେ ବଦଳିଲା ନିୟମ

ଟଙ୍କା ଏବଂ ଅଳଙ୍କାର ରଖିବା ପାଇଁ ବ୍ୟାଙ୍କ ଲକରକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ...

ଝଡ଼ବର୍ଷା ପାଇଁ ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ଜିଲାରେ...

ନିଦରୁ ଉଠିବା ପରେ ସ୍ବପ୍ନରେ ଦେଖିଥିବା ଜିନିଷ କାହିଁକି ଭୁଲିଯାଉ? କାରଣ ଜାଣିଲେ ଚମକି ପଡିବେ

ସ୍ବପ୍ନର ଦୁନିଆ ସବୁବେଳେ ରହସ୍ୟରେ ପରିପୂର୍ଣ୍ଣ। ଏହା ଉପରେ ବହୁ ବୈଜ୍ଞାନିକ ଗବେଷଣା କରିଛନ୍ତି ଅନେକ ଭିନ୍ନ ଭିନ୍ନ ଯୁକ୍ତି ଦେଇଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ସ୍ବପ୍ନର...

କାଳବୈଶାଖୀରେ ଉଜାଡ଼ି ଦେଲା ସବୁକିଛି, ମୁଣ୍ଡ ଉପରୁ ଛାତ ହରାଇ ଭାଙ୍ଗିପଡ଼ିଛନ୍ତି ୨ ପରିବାର

ଆନନ୍ଦପୁର,୧୮।୪(ସୁଶାନ୍ତ କୁମାର ସାହୁ ): ଅଦିନରେ ବର୍ଷା, ପବନ, ଘଡ଼ଘଡ଼ି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ...

କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ...

ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ...

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍‌, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ...

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image