Categories: ଖେଳ

କୁଏତ୍‌ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ବେଙ୍ଗାଲୁରୁ, ୨୨।୬ (ପି.ଟି.): ସାଫ୍‌ (ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ୍‌ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଜିତିଛି କୁଏତ। ଏହି ଦଳ ୩-୧ ଗୋଲରେ ନେପାଳକୁ ପରାସ୍ତ କରିଛି। ଆମନ୍ତ୍ରଣୀୟ ଦଳ ଭାବେ ପ୍ରଥମଥରପାଇଁ ସାଫ୍‌ ଚାମ୍ପିୟନଶିପ୍‌ ଖେଳୁଥିବା କୁଏତ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୨୩ତମ ମିନିଟରେ ଖାଲେଦ ହାଜି ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ୪୧ତମ ମିନିଟରେ ଶବିବ ଅଲ୍‌ ଖାଲଦି ଗୋଲ ଦେଇ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିବାବେଳେ ମହମ୍ମଦ ଧାମ୍‌ ୬୫ତମ ମିନିଟରେ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ନେପାଳ ପକ୍ଷରୁ ଅଞ୍ଜନ ବିସ୍ତା ୬୮ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।

 

Share