୧.୫ ଲକ୍ଷ କୋଟି ଟପିଲା କେଭିଆଇସି କାରବାର

ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ ବା କେଭିଆଇସି) ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ଆୟୋଗ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୨୦୨୩-୨୪ ଆର୍ଥିକ ବର୍ଷର ଅସ୍ଥାୟୀ ତଥ୍ୟ ପ୍ରକାଶ କରି କହିଛନ୍ତି, କେଭିଆଇସିର ପୂର୍ବ ସମସ୍ତ ତଥ୍ୟକୁ ଅତିକ୍ରମକରି ଆୟୋଗ ନୂଆ ଇତିହାସ ସୃଷ୍ଟି କରିଛି। ଏପରିକି କେଭିଆଇସି ୧.୫ ଲକ୍ଷ କୋଟି ଟଙ୍କାର କାରବାର ଅତିକ୍ରମ କରିଥିବାବେଳେ ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ନୂତନ ନିଯୁକ୍ତି ୩୯୯.୬୯%, ଉତ୍ପାଦନ ୩୧୪.୭୯% ଏବଂ ନୂତନ ନିଯୁକ୍ତି ୮୦.୯୬% ବୃଦ୍ଧି ଘଟିଛି। ସେହିଭଳି ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର ବିକ୍ରିରେ ୩୩୨.୧୪%, ଉତ୍ପାଦନରେ ୨୬୭.୫୨% ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୬୯.୭୫% ବୃଦ୍ଧି ଘଟିଛି, କେଭିଆଇସିର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ୨୦୨୩-୨୪ଆର୍ଥିକ ବର୍ଷରେ କେଭିଆଇସି ଉତ୍ପାଦର ବିକ୍ରି ପରିମାଣ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବିକ୍ରି ପରିମାଣ ୧.୩୪ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ବିଗତ ୧୦ବର୍ଷ (ଆର୍ଥିକ ବର୍ଷ)ରେ ଗ୍ରାମାଞ୍ଚଳର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରି ୨୦୧୩-୧୪ ଆର୍ଥିକ ବର୍ଷରେ ୩୧,୧୫୪.୨୦କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ସର୍ବାଧିକ ୧,୫୫,୬୭୩.୧୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ସଫଳତା। ୨୦୨୩-୨୪ ଆର୍ଥିକ ବର୍ଷରେ କେଭିଆଇସିର ପ୍ରୟାସ ଗ୍ରାମୀଣ ଅଞ୍ଚଳରେ ୧୦.୧୭ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିଛି, ଯାହା ଗ୍ରାମୀଣ ଭାରତର ଅର୍ଥନୀତିକୁ ସୁଦୃଢ଼ କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ୨୬,୧୦୯.୦୮କୋଟି ଟଙ୍କା ଥିବା କେଭିଆଇସି ଉତ୍ପାଦର ଉତ୍ପାଦନ ୨୦୨୩-୨୪ ଆର୍ଥିକ ବର୍ଷରେ ୧,୦୮,୨୯୭.୬୮ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା କି ୩୧୪.୭୯% ବୃଦ୍ଧି ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦନ ୯୫,୯୫୬.୬୭କୋଟି ଟଙ୍କା ରହିଛି। ଏହି କ୍ରମାଗତ ଉତ୍ପାଦନ ବୃଦ୍ଧି ହେଉଛି କେଭିଆଇସି ଗ୍ରାମାଞ୍ଚଳରେ ଐତିହାସିକ କାର୍ଯ୍ୟ କରିଥିବାର ଦୃଢ଼ ପ୍ରମାଣ। ବିଗତ ୧୦ ବର୍ଷରେ ଖଦି ଏବଂ ଗ୍ରାମୀଣ ଶିଳ୍ପ ଉତ୍ପାଦ ପ୍ରତି ବର୍ଷ ନୂଆ ନୂଆ ବିକ୍ରି ରେକର୍ଡ ସୃଷ୍ଟି କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବିକ୍ରି ୩୧,୧୫୪.୨୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧,୫୫,୬୭୩.୧୨କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ୩୯୯.୬୯% ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଖଦି କପଡ଼ାର ଉତ୍ପାଦନରେ ମଧ୍ୟ ଅଭୂତ ପୂର୍ବ ବୃଦ୍ଧି ଘଟିଛି। ବର୍ତ୍ତମାନ ସାରା ଦେଶରେ ୪.୯୮ ଲକ୍ଷ ଗ୍ରାମୀଣ ଖଦି କାରିଗର (ସ୍ପିନର ଏବଂ ବୁଣାକାର) ଏବଂ ଶ୍ରମିକ ଖଦି କପଡ଼ା ନିର୍ମାଣରେ ନିୟୋଜିତ ଅଛନ୍ତି। ନୂଆଦିଲ୍ଲୀସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ଭବନର ବ୍ୟବସାୟରେ ମଧ୍ୟ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ଏପରିକି ୨୦୧୩-୧୪ ଆର୍ଥିକ ବର୍ଷରେ ଭବନର ବ୍ୟବସାୟ ୫୧.୧୩ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୮୭.୨୩% ବୃଦ୍ଧି ପାଇ ୯୫.୭୪ କୋଟି ଟଙ୍କାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଖଦି ଗ୍ରାମୋଦ୍ୟୋଗ ଭବନ ନୂଆଦିଲ୍ଲୀରେ ୮୩.୧୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri