ଚନ୍ଦ୍ରଶେଖରପୁରରେ କ୍ୱିକ୍‌ୱାଶ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୭।୧୦: ଦେଶର ପ୍ରମୁଖ ଲଣ୍ଡ୍ରି ବ୍ରାଣ୍ଡ୍‌ ‘କ୍ୱିକ୍‌ୱାଶ୍‌’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସ୍ଥାନୀୟ ଚନ୍ଦ୍ରଶେଖରପୁର (ଡିଷ୍ଟ୍ରିକ୍ଟ ସେଣ୍ଟର) ଠାରେ ଶନିବାର ଉଦଘାଟିତ ହୋଇଯାଇଛି। ଏହା ପୂର୍ବରୁ କମ୍ପାନୀର ପ୍ରଥମ ଆଉଟଲେଟ ଝାରପଡ଼ାଠାର ରହିଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଆଉଟଲେଟ ମାଲିକ ସ୍ମିତାଞ୍ଜଳି ସାହୁ ଏବଂ ମଧୁସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କ୍ୱିକ୍‌ୱାଶ୍‌ ଆଉଟଲେଟ ପାର୍ଟନର ସ୍ମିତାଞ୍ଜଳି ସାହୁ କହିଛନ୍ତି, ଆଜିର ଆଧୁନିକ ଯୁଗର ଲୋକମାନେ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଛନ୍ତି। ଏପରିକି ସବୁ ବେଳେ ସଫା ପୋଷାକ ପିନ୍ଧିବା ବର୍ତ୍ତମାନ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ସେହିଭଳି କ୍ୱିକ୍‌ୱାଶ୍‌ ଷ୍ଟୋର ପାର୍ଟନର ମଧୁସ୍ମିତା ରଥ କହିଛନ୍ତି, ଏଠାରେ କେବଳ ୱାଶ୍‌ ଆଣ୍ଡ୍‌ ଫୋଲ୍ଡ, ୱାଶ୍‌ ଆଣ୍ଡ୍‌ ଆଇରନ୍‌, ପ୍ରିମିୟମ୍‌ ଲଣ୍ଡ୍ରି, ଷ୍ଟ୍ରିମ୍‌ ଆଇରନ ଓ ସାଧାରଣ ଆଇରନ ଭଳି ସେବାକୁ ସୁଲଭ ମୂଲ୍ୟରେ ପିକ୍‌ ଅପ୍‌ ଓ ଡ୍ରପ୍‌ ସୁବିଧା ଉପଲବ୍ଧ। ଅପରପକ୍ଷରେ କମ୍ପାନୀ ୧୦୦% ସ୍ବଚ୍ଛ ଓ ସଂକ୍ରମଣମୁକ୍ତ ସଫା କରିବା ସେବା ପ୍ରଦାନ କରୁଛି ଏବଂ ୨୪ ଘଣ୍ଟା ଭିତରେ ଘରେ ସେବା ପହଞ୍ଚାଇବା ଲାଗି କମ୍ପାନୀ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ...

ଟିପିସିଓଡିଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର,୨୮।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘କଳିଙ୍ଗ ସୁରକ୍ଷା ଉକତ୍ର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ୧୫ତମ...

ଗ୍ରୀନ୍‌ ଚିଲିଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍‌ ପ୍ଲାଟ୍‌ଫର୍ମ ‘ଗ୍ରୀନ୍‌ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍‌ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ...

ଏମ୍‌ପିସିଇରେ ଉଲ୍ଲେଖନୀୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୮।୧୨: କ୍ରମାଗତ ଭାବେ ଦେଶର ମାସିକ ମୁଣ୍ଡ ପିଛା ଉପଯୋଗ ବ୍ୟୟ (ଏମ୍‌ପିସିଇ)ର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଗତ ୧ ଦଶନ୍ଧି ମଧ୍ୟରେ ଦେଶରେ ଏମ୍‌ପିସିଇ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri