Categories: ଖେଳ

ବଦଳିଲା ଆଇପିଏଲ ଫ୍ରାଞ୍ଚାଇଜର ନାମ

ନୂଆଦିଲ୍ଲୀ, ୧୬।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଏହାର ନାମ ପରିବର୍ତ୍ତନ କରିଛି। ଏହି ଦଳକୁ ଆଇପିଏଲର ୧୪ତମ ସଂସ୍କରଣଠାରୁ ପଞ୍ଜାବ କିଙ୍ଗ୍ସ କୁହାଯିବ। ଏ ନେଇ କରାଯାଇଥିବା ଆବେଦନରେ ବିସିସିଆଇ ମୋହର ମାରିଥିବା ସୂଚନା ମିଳିଛି ।

ଫ୍ରାଞ୍ଚାଇଜର କୌଣସି ମାଲିକ କିମ୍ବା ଅଫିସିଆଲ ନାମ ବଦଳିବାର ପଛର କାରଣ ସ୍ପଷ୍ଟ କରିନାହାନ୍ତି। ତେବେ ମୋହିତ ବର୍ମନ, ନେସ ଓ୍ବାଡିଆ, ପ୍ରିତି ଜିଣ୍ଟା ଓ କରନ ପଲଙ୍କ ଫ୍ରାଞ୍ଚାଇଜ ଆଇପିଏଲରେ ଏପର୍ଯ୍ୟନ୍ତ କିଛି ଖାସ୍‌ ପ୍ରଦର୍ଶନ କରିପାରି ନାହିଁ। ଲିଗ୍‌ର ୧୩ ବର୍ଷର ଇତିହାସରେ ପଞ୍ଜାବ ଦଳ କେବଳ ଥରେ ରନର୍ସ ଅପ୍‌ ଓ ଥରେ ତୃତୀୟ ସ୍ଥାନ ଅଧିକାର କରିବାକୁ ସକ୍ଷମ ହୋଇଛି।

Share