Posted inଖେଳ

ଏମ୍‌ବାପେଙ୍କ ଲିଭରପୁଲ୍‌, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ

ପ୍ୟାରିସ୍‌, ୨ା୧ ନୂତନ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି) ଫରଓ୍ବାର୍ଡ କିଲିଆନ୍‌ ଏମ୍‌ବାପେଙ୍କ ଭବିଷ୍ୟତକୁ ନେଇ କାଉଣ୍ଟ ଡାଉନ୍‌(ଅବଗଣନା) ଆରମ୍ଭ ହୋଇଛି। ୨୦୨୪ ପିଏସ୍‌ଜିରେ ଏମ୍‌ବାପେଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେ କେଉଁ କ୍ଲବରେ ଯୋଗଦେବେ ତାହାକୁ ନେଇ ପୂର୍ବାନୁମାନ ଜାରି ହୋଇଛି।

ପିଏସ୍‌ଜି ପକ୍ଷରୁ ତାଙ୍କୁ ୧ ବର୍ଷର ଚୁକ୍ତି ନବୀକରଣ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏମ୍‌ବାପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆସନ୍ତା ଜୁନ୍‌ ୨୦୨୪ରେ ଏମ୍‌ବାପେଙ୍କ ଚୁକ୍ତି ଶେଷ ହେଉଥିବା ବେଳେ ସେ ଅନ୍ୟ କ୍ଲବମାନଙ୍କ ସହ ଆଲୋଚନା କରିପାରନ୍ତି। ସେ ଲିଭରପୁଲ୍‌ କିମ୍ବା ବାର୍ସିଲୋନା ଯିବାର ସମ୍ଭାବନା ଅଧିକ ରହିଛି।

୨୦୧୭ରେ ମୋନାକୋରୁ ଲୋନ୍‌ରେ ଆସି ପିଏସ୍‌ଜି ସହିତ ସାମିଲ ହୋଇଥିଲେ ଏମ୍‌ବାପେ। ସେ ସମୟରେ ତାଙ୍କ ମୂଲ୍ୟ ୧୮୦ ମିଲିୟନ୍‌ ୟୁରୋ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୯୯ ମିଲିୟନ୍‌ ଡଲାରରେ ପହଞ୍ଚିଛି।

୨୫ ବର୍ଷୀୟ ଏମ୍‌ବାପେ ପିଏସ୍‌ଜି ଇତିହାସର ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ରହିବା ସହିତ ୨୩୩ ଗୋଲ କରିଛନ୍ତି। ଏହା ବ୍ୟତୀତ ଫ୍ରାନ୍ସ ପାଇଁ ସେ ୪୬ ଗୋଲ ଦେଇଛନ୍ତି। ଚଳିତ ସିଜନରେ ଏମ୍‌ବାପେ ୨୨ ମ୍ୟାଚ୍‌ରୁ ୨୧ ଗୋଲ ଦେଇଥିଲେ ମଧ୍ୟ ପିଏସ୍‌ଜି ୧-୪ରେ ନ୍ୟୁ କ୍ୟାସେଲ୍‌ ଓ ୧-୨ରେ ଏସି ମିଲାନ୍‌ ନିକଟରୁ ହାରି ଯାଇଥିଲା। ଦଳର ଡିଫେନ୍ସ ଅତ୍ୟନ୍ତ ଦୁର୍ବଳ ରହିଥିବା ନେଇ ମଧ୍ୟ ଏମ୍‌ବାପେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ବାଲନ୍‌ ଡି ଅର ଓ ଇଂଲିଶ ପ୍ରିମିୟର ଲିଗ୍‌ ଟାଇଟଲ ଜିତିବା ଏମ୍‌ବାପେଙ୍କ ସ୍ବପ୍ନ ରହିଥିବା ବେଳେ ତାଙ୍କୁ କ୍ଲବ୍‌ ସୁଇଚ୍‌ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri