Categories: ଖେଳ

ପିଏସ୍‌ଜି ଛାଡ଼ିବେ ଏମ୍‌ବାପେ

ମାଞ୍ଚେଷ୍ଟର, ୧୪ା୬ (ପି.ଟି.): ଫ୍ରାନ୍ସର ଫୁଟବଲ୍‌ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି)କୁ ଆଉ ଏକ ଝଟକା। ଷ୍ଟାର ଫୁଟବଲର କିଲିଆନ୍‌ ଏମ୍‌ବାପେ କ୍ଲବ୍‌ ଛାଡିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପିଏସଜି ସହିତ ଏମ୍‌ବାପେଙ୍କ ଯେଉଁ ଚୁକ୍ତି ରହିଥିଲା ତାହାକୁ ନବୀକରଣ କରିବାକୁ ସେ ମନା କରି ଦେଇଛନ୍ତି। ଏମ୍‌ବାପେ ରିୟଲ ମାଡ୍ରିଡ୍‌ରେ ଯୋଗ ଦେବାର ସମ୍ଭାବନା ରହିଛି। ୨୦୧୭ରେ ଏମ୍‌ବାପେଙ୍କୁ ୧୯୦ ମିଲିୟନ ଡଲାରରେ ମୋନାକୋ ଠାରୁ ସାଇନ୍‌ କରିଥିଲା ପିଏସ୍‌ଜି। ୨୦୨୧ରେ ସମାନ ମୂଲ୍ୟ ସହିତ ରିୟଲ ମାଡ୍ରିଡ୍‌ କିଣିବାକୁ ଚାହିଁଥିବା ବେଳେ ପିଏସ୍‌ଜି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ପୂର୍ବରୁ ଲିଓନେଲ ମେସି ପିଏସ୍‌ଜି ଛାଡି ଇଣ୍ଟର ମାୟାମି ଦଳରେ ଯୋଗ ଦେଇଥିଲେ। ଏହା ସହିତ କ୍ଲବରେ ବ୍ରାଜିଲିଆନ୍‌ ଷ୍ଟାର ନେମାର୍‌ଙ୍କ ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ପିଏସ୍‌ଜି ସହିତ ଏମ୍‌ବାପେ ନିଜର ପ୍ରଥମ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବାକୁ ଚାହୁଁଥିଲେ। ତେବେ ଦଳ ବିଫଳ ହେବାରୁ ସେ କ୍ଲବ୍‌ ପରିବର୍ତ୍ତନ କରିବାକୁ ଚାହୁଁଥିବା ଜଣାପଡିଛି। ମାଡ୍ରିଡ୍‌ ପକ୍ଷରୁ ଖେଳୁଥିବା କରିମ ବେଞ୍ଜେମା ରିୟଲ ମାଡ୍ରିଡ୍‌ ଛାଡି ସାଉଦି ଆରବୀୟ କ୍ଲବ୍‌ ଅଲ ଇଟିହାଡ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

Share