ପୁଣି ଅଲଗା ହେଲେ କାଇଲି ଜେନର-ଟ୍ରୋଭିସ ସ୍କଟ

ଲସ ଆଞ୍ଜେଲସ: ପୁଅର ପ୍ରଥମ ଜନ୍ମଦିନ ପୂର୍ବରୁ ପୁଣିଥରେ ଅଲଗା ହୋଇଯାଇଛନ୍ତି କାଇଲି ଜେନର ଓ ଟ୍ରୋଭିସ ସ୍କଟ । ଦ ମିରରର ରିପୋର୍ଟ ଅନୁଯାୟୀ, ଦମ୍ପତଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ଷ୍ଟାର୍ମି ୱେବେଷ୍ଟର ରହିଛନ୍ତି । ୩୧ ବର୍ଷୀୟା କାଇଲି ଓ ଟ୍ରୋଭିସଙ୍କ ନିକଟତମ ସୂତ୍ରର ସୂଚନା ଅନୁଯାୟୀ, ଏହି ଯୋଡି ଖ୍ରୀଷ୍ଟମାସ ଓ ନୂଆ ବର୍ଷ ଅଲଗା ଅଲଗା ପାଳନ କରିଛନ୍ତି । କାଇଲି ଜେନର ଓ ଟ୍ରୋଭିସ ସ୍କଟଙ୍କୁ ପ୍ରଥମଥର ୨୦୧୭ରେ କୋଚେଲାରେ ଏକାଠି ଦେଖାଯାଇଥିଲା । କାର୍ଦସିୟନ ଷ୍ଟାର ଗୋଟିଏ ବର୍ଷ ପରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ ।
ମିରରର ରିପୋର୍ଟ ଅନୁଯାୟୀ, ଏହି ଯୋଡି ପ୍ରଥମେ ୨୦୧୯ରେ ଅଲଗା ହୋଇଥିଲେ । ହେଲେ ଝିଅ ଷ୍ଟାର୍ମି ପାଇଁ କୋଭିଡ ସମୟରେ ଏମାନେ ଏକାଠି ରହିବାକୁ ସ୍ଥିର କରିଥିଲେ । ମାତ୍ର ସପ୍ତାହକ ମଧ୍ୟରେ ପୁଣିଥରେ ସବୁ ଠିକ ହୋଇଯାଇଥିଲା । କାଇଲି ଫେବୃୟାରୀ ୨୦୨୧ରେ ତାଙ୍କ ଦ୍ୱତୀୟ ସନ୍ତାନକୁ ଜନ୍ମ ଦେଇଥିଲେ ।

Share