ଇନ୍‌ଷ୍ଟାରେ ୩୦ କୋଟି ଫଲୋଅର୍ସ

ଓ୍ବାଶିଂଟନ୍‌, ୧୪ା୧: ଆମେରିକୀୟ ମଡେଲ ତଥା କାଏଲି କସ୍‌ମେଟିକ୍‌ ପ୍ରତିଷ୍ଠାତା କାଏଲି ଜେନରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋଅର୍ସଙ୍କ ସଂଖ୍ୟା ୩୦୦ ମିଲିୟନ ବା ୩୦ କୋଟି ଟପିଛି। ବିଶ୍ୱର ମହିଳା ସେଲିବ୍ରେଟିଙ୍କ ମଧ୍ୟରେ ତାଙ୍କ ଫଲୋଅର୍ସ ସଂଖ୍ୟା ସର୍ବାଧିକ। ଏହି ରେକର୍ଡରେ ସେ ପପ୍‌ ଷ୍ଟାର ଆରିଆନା ଗ୍ରାଣ୍ଡେଙ୍କୁ ଟପିଛନ୍ତି। ପୂର୍ବରୁ ଆରିଆନାଙ୍କ ନାମରେ ଏହି ରେକର୍ଡ ରହିଥିଲା। ତେବେ ଇନ୍‌ଷ୍ଟାରେ ଅଧିକ ଫଲୋଅର୍ସ ତାଲିକାରେ ୨୪ ବର୍ଷୀୟା ଜେନର ଫୁଟ୍‌ବଲ୍‌ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ତଳକୁ ଦ୍ୱିତୀୟରେ ରହିଛନ୍ତି। ରୋନାଲ୍ଡୋଙ୍କ ୩୮୮ ମିଲିୟନ ଫଲୋଅର୍ସ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଅଫିସିଆଲ ଆକାଉଣ୍ଟର ମୋଟ ଫଲୋଅର୍ସଙ୍କ ସଂଖ୍ୟା ୪୬୦ ମିଲିୟନ ବା ୪୬ କୋଟି। ରିଆଲିଟି ଟିଭି ଷ୍ଟାର ଜେନର ଓ ର଼୍ୟାପ୍‌ର ଟ୍ରାଭିସ୍‌ ସ୍କଟ୍‌ ସେମାନଙ୍କ ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି।

Share