Categories: ବାଣିଜ୍ୟ

କିଓରବେ’ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଓମିନ୍‌ ଚ୍ୟାନେଲ ହେଲ୍‌ଥ ପ୍ଲାଟ୍‌ଫର୍ମ (ଇ- କ୍ଲିନିକ) କିଓରବେ’ର ନୂତନ ଉତ୍ପାଦ ‘ପ୍ରାଇମ କିଓର’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ପ୍ରାଇମ କିଓର ମେମ୍ବରଶିପ୍‌ ଆନୁଆଲ୍‌ ହେଲ୍‌ଥ୍‌ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଅପରପକ୍ଷରେ ପର୍ଯ୍ୟାପ୍ତ ମେଡିକାଲ ସେବାରୁ ବଞ୍ଚତ୍ତ ଅଞ୍ଚଳଗୁଡ଼ିକରେ ଆବଶ୍ୟକ ସ୍ବାସ୍ଥ୍ୟସେବାର ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ବରୂପ କିଓରବେ’ର ପ୍ରାଇମ୍‌ କିଓର ମେମ୍ବରଶିପ୍‌ ଆନୁଆଲ ହେଲ୍‌ଥ୍‌ ପ୍ଲାନ୍‌ଗୁଡ଼ିକ ଶୁଭାରମ୍ଭକରି କମ୍ପାନୀ ଗୌରବାନ୍ବିତ ମନେକରୁଛି। ଉକ୍ତ ପ୍ଲାନ୍‌ଗୁଡ଼ିକ ଜରିଆରେ ଦୈନିକ ୧ଟଙ୍କା ବିନିମୟରେ ହିତାଧିକାରୀଙ୍କୁ ଅନେକ ପ୍ରକାର ମେଡିକାଲ ସୁବିଧା ପ୍ରଦାନ କରାଯାଉଛି। ସେହିଭଳି ଉକ୍ତ ମେମ୍ବରଶିପ୍‌ ହେଲ୍‌ଥ ପ୍ଲାନ୍‌ ୨ଟି ବର୍ଗରେ ଯଥା ପ୍ରାଇମ୍‌ କିଓର ୱେଲ୍‌ନେସ୍‌ ଏବଂ ପ୍ରାଇମ୍‌ କିଓର ୱେଲ୍‌ନେସ୍‌+ ପ୍ଲାନ୍‌ (ଇନ୍‌ସ୍ୟୁରାନ୍ସ)ରେ ଉପଲବ୍ଧ। ଏପରିକି ଉଭୟ ପ୍ଲାନ୍‌ରେ ସିଙ୍ଗଲ୍‌ କାର୍ଡ, ଟ୍ବିନ୍‌ କାର୍ଡ ଏବଂ ଫ୍ୟାମିଲି କାର୍ଡର ବିକଳ୍ପ ମଧ୍ୟ ରହିଛି। ଉକ୍ତ ପ୍ଲାନ୍‌ଗୁଡ଼ିକ ଉଲ୍ଲେଖନୀୟ ଭାବେ ୧୦୦୦ଟଙ୍କାର ଅର୍ଥରାଶି ଲାଭ ପ୍ରଦାନ କରିଥାଏ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୧୮ଟି ଜିଲାରେ ୮୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ଷମ ଇ-କ୍ଲିନିକ୍‌ ୧୫,୦୦୦ଗ୍ରାମ ଓ ସହରରେ ବ୍ୟାପ୍ତ କିଓରବେ’ର ଅଭିନବ ହାଇବ୍ରିଡ୍‌ ମଡେଲ୍‌ ସର୍ବାଧିକ ଅପହଞ୍ଚ କ୍ଷେତ୍ରରେ ମଧ୍ୟ ସ୍ବାସ୍ଥ୍ୟସେବାର ପହଞ୍ଚକୁ ସୁନିଶ୍ଚିତ କରିଥାଏ। ମାଇକ୍ରୋ-ସାଟେଲାଇଟ୍‌ ସେଣ୍ଟର, ଇ-କ୍ଲିନିକ୍‌, ଡିଜିଟାଲ ଫ୍ରାଞ୍ଚାଇଜି (ସ୍ବାସ୍ଥ୍ୟ ମିତ୍ର) ଏବଂ ନିରବଚ୍ଛିନ୍ନ ସଂଯୋଗରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ନେଟ୍‌ୱର୍କ ୧,୦୩,୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେବା ପ୍ରଦାନ କରୁଛି।

Share