Categories: ଜାତୀୟ

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି  ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର କରିବା ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ।

ଭାଜପା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଶାହା କହିଛନ୍ତି, ୟୁକ୍ରେନରେ ଭାରତୀୟଙ୍କ ପାଇଁ ସରକାର ଫେବୃୟାରୀ ୧୫ରୁୁ ଏକ ଆଡଭାଇଜାରି ଜାରି କରିଛନ୍ତି।
ଫେବୃୟାରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ସାମରିକ ଆକ୍ରମଣ କରିଥିଲା।
ସେ କହିଛନ୍ତି, ୧୩୦୦୦ରୁ ଅଧିକ ନାଗରିକ ଭାରତରେ ପହଞ୍ଚିଛନ୍ତି ଏବଂ ଅଧିକ ବିମାନ ଆସୁଛି। ଏହି ପ୍ରକ୍ରିୟା ନିର୍ବାଚନ ତଥା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି।

ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର ପାଇଁ ସରକାର ‘ଅପରେଶନ ଗଙ୍ଗା’ ଆରମ୍ଭ କରିଥିଲେ।
ସେ କହିଛନ୍ତି, ‘ସରକାର ୟୁକ୍ରେନର ୪ଟି ଦେଶକୁ ରୁଷିଆ ଭାଷାଭାଷୀ ଦଳ ପଠାଇଥିଲେ। ସେଠାରେ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରିଥିଲେ। ମାର୍ଚ୍ଚ ୪ ସୁଦ୍ଧା ଆମେ ୟୁକ୍ରେନରୁ ୧୬୦୦୦ ନାଗରିକ ଆଣିବାରେ ସଫଳ ହୋଇଛୁ। ରୁଷିଆର ସାମରିକ ଆକ୍ରମଣ ହେତୁ ଫେବୃୟାରୀ ୨୪ରୁ ୟୁକ୍ରେନରେ ଆକାଶ ସୀମା ବନ୍ଦଥିବାରୁ ସେଠାରେ ଅଟକି ରହିଥିବା ଭାରତୀୟ ନାଗରିକମାନେ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ପୋଲାଣ୍ଡ ଭଳି ପଡ଼ୋଶୀ ଦେଶ ଦେଇ ବିମାନ ଯୋଗେ ଭାରତ ଆସୁଛନ୍ତି।

Share