୧୭ ଜିଲାରେ ଆରମ୍ଭ ହେବ ଡିଏଲ୍‌ ଟେଷ୍ଟ୍‌

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍‌ଟିଓ ପକ୍ଷରୁ ଡ୍ରାଇଭିଂ ଓ ଲର୍ନିଂ ଲାଇସେନ୍ସ ଟେଷ୍ଟ୍‌ ଆରମ୍ଭ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଅନୁମତି ଦେଇଛି। ଆସନ୍ତା ୨୧ ତାରିଖ ସକାଳ ୧୧ଟା ପରଠାରୁ ଏଥିପାଇଁ ସ୍ଲଟ୍‌ ବୁକିଂ ଓ ୨୨ରୁ ଟେଷ୍ଟ ଆରମ୍ଭ କରାଯିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏ ସ୍ଲଟ୍‌ ବୁକିଂ ହେବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆବେଦନକାରୀ ହିଁ କେବଳ ଟେଷ୍ଟ୍‌ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ। ଏଥିସହିତ ଡିଏଲ୍‌ ନବୀକରଣ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।

Share