ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ପୃଥିବୀପୃଷ୍ଠରେ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ, ପଶୁପକ୍ଷୀ ରହିଛନ୍ତି। ସମସ୍ତଙ୍କର ନିଜସ୍ବ ବିଶେଷତା ରହିଛି। ସେମାନଙ୍କ ମଧ୍ୟରୁ କିଛି ଏତେ ବିପଜ୍ଜନକ ହୋଇଥାନ୍ତି ଯେ ତାଙ୍କ ନାଁ ଶୁଣି ଲୋକେ ଡରିଯାଆନ୍ତି।
ସେହିଭଳି କିଛି ନିଆରା ଜୀବ ଜୀବଙ୍କ ସ୍ବଭାବ ଚକିତ କରିଥାଏ। ଏହି କ୍ରମରେ ଆମେ ଆପଣଙ୍କୁ ଏଭଳି ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଚମକି ଯିବେ।
ସାଧାରଣତଃ ଆପଣ ଜାଣନ୍ତି କି ଡେଣା ଥିଲେ ପକ୍ଷୀ ଉଡ଼ିପାରେ। ହେଲେ ଗୋଟିଏ ପକ୍ଷୀ ଏଭଳି ଅଛି ଯାହାର ଡେଣା ଥିଲେ ବି ସେ ଉଡ଼ି ପାରେନା। ଏହି ନିଆରା ପକ୍ଷୀ ନାଁ କୈସୋବରୀ। ତା’ ବ୍ୟତିତ ଏମୁ, କିଓ୍ବି ମଧ୍ୟ ଏହି ତାଲିକାରେ ଅଛନ୍ତି।