ଶେଷରେ ଶେୟାର ବିକିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ,୧୧।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଶେଷରେ ଶେୟାର ବିକିଛନ୍ତି। ନିଜ କମ୍ପାନୀର ୧.୧ ଆରବ ଡଲାର ଅର୍ଥାତ୍‌ ୮୧୯୦ କୋଟି ଟଙ୍କାର ଶେୟାର ବିକ୍ରି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ମସ୍କ ଟୁଇଟର୍‌ରେ ଜରିଆରେ ଶେୟାର ବିକ୍ରି କରିବାକୁ ଲୋକଙ୍କଠାରୁ ରାୟ ମାଗିଥିଲେ। ଏକ ସର୍ଭେରେ ପ୍ରଶ୍ନ କରିଥିଲେ ଯେ, ମୁଁ ଟେସ୍‌ଲାର ୧୦ ପ୍ରତିଶତ ଶେୟାର ବିକ୍ରି କରିବି କି? ଏହାକୁ ଅଧିକାଂଶ ଲୋକ ସମର୍ଥନ କରିଥିଲେ। ପ୍ରାୟ ୩୫ ଲକ୍ଷରୁ ଅଦତ୍କ ଭୋଟ୍‌ରୁ ୫୮ ପ୍ରତିଶତକ ଲୋକ ତାଙ୍କ ଶେୟାର ବିକିବାକୁ କହିଥିଲେ। ଏହାପରେ ମସ୍କ ଶେୟାର ବିକିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇଦିନ ହେବ ଟେସ୍‌ଲାର ଶେୟାର ବଜାର ମାନ୍ଦା ରହିଛି। ଫଳରେ ଏଲନ ମସ୍କଙ୍କ ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି।
ମସ୍କ କହିଥିଲେ ଯେ, ମୋର ନଗଦ ଟଙ୍କା ନ ଥିବାରୁ ଟିକସ ଦେବା ପାଇଁ ଶେୟାର ବିକ୍ରୟ କରିବା ଏକମାତ୍ର ପନ୍ଥା। ମୁଁ କୌଣସି ନଗଦ ଦରମା ନେଉ ନାହିଁ କିମ୍ବା କୌଣସି ସ୍ଥାନରୁ ବୋନସ ପାଇବି ନାହିଁ। ମୋର କେବଳ ଶେୟାର ଅଛି, ତେଣୁ ବ୍ୟକ୍ତିଗତ ଭାବେ ଟ୍ୟାକ୍ସ ଦେବାର ଏକମାତ୍ର ଉପାୟ ହେଉଛି ଶେୟାର ବିକ୍ରି କରିବା।

Share