ଗୋଟିଏ ଦିନରେ ରିଲିଜ ହେବ ଦୁଇଟି ବିଗ୍‌ ବଜେଟ ଫିଲ୍ମ

ନୂଆଦିଲ୍ଲୀ,୨୦।୧୧: ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇଟି ବିଗ୍‌ ବଜେଟ ଫିଲ୍ମ। ଗୋଟିଏ ପଟେ ଅମିର ଖାଁଙ୍କ ଲାଲ ସିଂ ଚଢ଼ା ଥିବା ବେଳେ ଅନ୍ୟଟି ହେଲା ୟଶଙ୍କ କେଜିଏଫ୍‌: ଚାପ୍ଟର ୨। ଉଭୟ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୧୪ ତାରିଖରେ ରିଲିଜ ହେବ।

ପୂର୍ବରୁ ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଥିଲା। ପରେ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ଫେବୃୟାରୀ ୧୪କୁ। ଶେଷରେ ଏହି ଫିଲ୍ମ ଏପ୍ରିଲ ୧୪ ତାରିଖରେ ଥିଏଟରରେ ରିଲିଜ ହେବ ବୋଲି ବଲିଉଡ୍‌ ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟ୍‌ କରିଛନ୍ତି।

ଏହି ଫିଲ୍ମ ହେଉଛି ୧୯୯୪ରେ ରିଲିଜ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ସେହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିଲେ ଟମ୍‌ ହ୍ୟାଙ୍କ। ଲାଲ ସିଂ ଚଢ଼ାରେ ଅମିର ଓ କରିନା କପୁରଙ୍କ ସହ ଟଲିଉଡ୍‌ ଆକ୍ଟର ନାଗା ଚୈତନ୍ୟା ଓ ମୋନା ସିଂ ପ୍ରମୁଖ ଭୂମିକାରେ ନଜର ଆସିବେ।

Share