ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ। କୁହାଯାଉଛି କି, ନାଗା ବୋଧହୁଏ ତାଙ୍କ ବଲିଉଡ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଅଭିନେତା କରଣ ଜୋହର ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ସହ ସାକ୍ଷାତ କରି କିଛି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅଭିନେତାଙ୍କ କହିବାନୁଯାୟୀ, ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ସହ ଏକ କାଜୁଆଲ ମିଟିଂ ଥିଲା। ଆହୁରି ମଧ୍ୟ କହିଛନ୍ତି ଯେ, ଯେହେତୁ ସଞ୍ଜୟ ଲୀଲାଙ୍କୁ ପୂର୍ବରୁ ଦେଖିଛନ୍ତି ତେଣୁ ସେ ତାଙ୍କୁ ସମ୍ମାନ ଜଣାଇବାକୁ ସେଠାରେ ଉପସ୍ଥିତ ଥିଲେ। ଏହା ସହ ଅଭିନେତା ବଲିଉଡରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି ବୋଲି କୁହାଯାଉଛି। ହେଲେ ‘ଲାଲ୍‌ ସିଂ ଚଡ୍ଡା’ ଦେଖିବା ପରେ ତାଙ୍କୁ ଦର୍ଶକଙ୍କଠାରୁ କିଭଳି ପ୍ରତିକ୍ରିୟା ମିଳିବ ସେନେଇ ସେ ଅପେକ୍ଷା କରିଛନ୍ତି। ଏହା ପରେ ସେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଅଭିନେତା କହିଛନ୍ତି।

Share