ଫିଲ୍ମ ‘ଲାଲ ସିଂ ଚଡ୍ଡା’ ବ୍ୟାନ ପାଇଁ ହାଇକୋର୍ଟରେ ଆବେଦନ

ମୁମ୍ବାଇ,୨୩।୮: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ବିବାଦ ଥମିବାର ନା ନେଉନି। ଏହାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଅନ୍ୟପଟେ ଆୟ ମାମଲାରେ ଫିଲ୍ମ ଲାଲ ସିଂ ଚଡ୍ଡା ବକ୍ସ ଅଫିସରେ ସଂଘର୍ଷ କରୁଥିବା ବେଳେ ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏତଦ୍‌ ବ୍ୟତୀତ ଉକ୍ତ ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଯଦି ଫିଲ୍ମ ଉପରେ ପ୍ରତିବନ୍ଧକ ନ ଲଗାଯାଏ ତେବେ ପ୍ରତ୍ୟେକ ସିନେମାହଲ୍‌ ବାହାରେ ନିହାତି ପୋଲିସ ମୁତୟନ କରାଯିବାକ। ଏହି ଫିଲ୍ମରେ ଯାହା ଦର୍ଶାଯାଇଛି ତା’କୁ ନେଇ ପଶ୍ଚିମବଙ୍ଗରେ ଶାନ୍ତି ଏବଂ ଶୃଙ୍ଖଳା ଭଙ୍ଗ ହୋଇପାରେ ବୋଲି ଏହି ଆବେଦନରେ ଦାବି କରାଯାଇଛି। ତେବେ ମଙ୍ଗଳବାର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ସୂଚନା ରହିଛି।

Share