ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଲାଲ ସିଂ ଚଡ୍ଡା’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତଲାଭ କରିବାକୁ ଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କୁ ବହୁଦିନ ପରେ ପରଦାରେ ଦେଖିବାକୁ ମିଳିବ । ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମକୁ ଆଡଭାଇଟ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି। ଅନେକ ବଲିଉଡ୍‌ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବାର କିଛି ସପ୍ତାହ ମଧ୍ୟରେ ଓଟିଟିରେ ଷ୍ଟ୍ରିମିଂ ଆରମ୍ଭ କରିଦିଅନ୍ତି। ହେଲେ ଦର୍ଶକଙ୍କୁ ‘ଲାଲ ସିଂ ଚଡ୍ଡା’ ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। କାହିଁକି ନା ଏହି ଫିଲ୍ମଟି ରିଲିଜ୍‌ ହେବାର ୬ ମାସ ପରେ ଅର୍ଥାତ୍‌ ୨୦୨୩ରେ ଷ୍ଟ୍ରିମିଂ ଆରମ୍ଭ କରିବ। ରିର୍ପୋଟ ଅନୁଯାୟୀ, ଫିଲ୍ମ ନିର୍ମାତା ନେଟଫ୍ଲିକ୍ସକୁ ୧୬୦ କୋଟିରେ ବିକ୍ରି କରିଥିବା ଜଣାପଡ଼ିଛି। ଫିଲ୍ମ ‘ଲାଲ ସିଂ ଚଡ୍ଡା’ ୨୦୨୦ରେ ରିଲିଜ୍‌ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁ ଏହାର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Share