ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାନ ସବୁବେଳେ କିଛି ନା କିଛି ନୂଆ କରିଥାନ୍ତି। ଭିନ୍ନ ଚରିତ୍ରରେ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ, ପ୍ରଚାର ଏବଂ ମାର୍କେଟିଂ ପ୍ରତି ସେ ଗୁରୁତ୍ୱ ଦେଇଥାନ୍ତି। ଏବେ ସେଭଳି କିଛି ପ୍ରୟୋଗ ସେ ତାଙ୍କ ଆଗାମୀ ସିନେମା ‘ଲାଲ ସିଂ ଚଡ୍ଢ଼ା’ରେ କରୁଛନ୍ତି। ପ୍ରଶଂସକମାନେ ଆମିରଙ୍କ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଏଭଳିସ୍ଥିତିରେ ମେ’ ୨୯ରେ ପ୍ରଥମେ ଏହାର ଟ୍ରେଲର ରିଲିଜ ହେବ। ଏହି ଦିନ ଆଇପିଏଲ୍ ସମାପନ ଦିବସ। ଏଣୁ କ୍ରିକେଟ ଏବଂ ସିନେମାପ୍ରେମୀମାନଙ୍କୁ ବଡ ଭେଟି ଦେବାକୁ ସ୍ଥିର କରିଛନ୍ତି ଆମିର। ପ୍ରଥମ ଥର ପାଇଁ ଦର୍ଶକମାନେ ଲାଇଭ୍ କ୍ରିକେଟ ବେଳେ ଫିଲ୍ମର ଟ୍ରେଲର ଦେଖିବେ। ଷ୍ଟାର ସ୍ପୋଟ୍ସରେ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯିବ ବୋଲି ଜଣାପଡ଼ିଛି। ଆଗାମୀ ଦିନରେ ଏହା ମାର୍କେଟିଂ ଏବଂ ବିଜ୍ଞାପନ ଦୁନିଆରେ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି।