ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍ ଦେଖି କରୁଛନ୍ତି ଇସିଜି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ଯୋଧପୁରରୁ ସାମ୍ନାକୁ ଆସିଛି।
ସରକାରୀ ଡାକ୍ତରଖାନାର ଜଣେ ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍ ଦେଖି ରୋଗୀଙ୍କ ଇସିଜି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବାପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରୋଗୀଙ୍କ ଜୀବନ ସହିତ ଖେଳୁଥିବା ଲ୍ୟାବ ଆଟେଣ୍ତାଣ୍ଟ ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ତେବେ ସରକାରୀ ଡାକ୍ତରଖାନାରେ ଜଣେ ଲ୍ୟାବ ଆଟେଣ୍ତାଣ୍ଟକୁ ଏଭଳି ଇସିଜି କରୁଥିବା ଦେଖି ରୋଗୀଙ୍କ ସମ୍ପର୍କୀୟ କାରଣ ପଚାରିବାରୁ ସେ କହିଥିଲେ, ‘ଦୀପାବଳି ପାଇଁ ଲ୍ୟାବ ଟେକନିସିଆନ ଛୁଟିରେ ଅଛନ୍ତି । ହସ୍ପିଟାଲରେ କର୍ମଚାରୀ ବି କମ୍ ଅଛନ୍ତି ସେଥିପାଇଁ ସେ ୟୁଟ୍ୟୁବ ଦେଖି ଇସିଜି କରିବାକୁ ଉଦ୍ୟମ କରଥିବା କହିଥିଲେ ପୂର୍ବରୁ ବି ଅନେକ ରୋଗୀଙ୍କ ଏଭଳି ଭାବେ ଇସିଜି କରିଛି ।’
https://x.com/BhawaniSinghjpr/status/1852744880935571906?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1852744880935571906%7Ctwgr%5Eaa76a679207a25e708afe972ae7ad464ef76635d%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Fnational%2Fjodhpur-lab-attendant-performs-ecg-on-patient-while-watching-youtube-tutorial%2F138674
ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲର ଅଧ୍ୟକ୍ଷ ବି.ଏସ ଯୋଦ୍ଧା କହିଛନ୍ତି, ‘ ମୁଁ ନିଜେ ଶୁକ୍ରବାର ସକାଳେ ହସ୍ପିଟାଲରେ ଥିଲି । ହସ୍ପିଟାଲରେ କେଣସି କର୍ମଚାରୀଙ୍କ ଅଭାବ ନଥିଲା । ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଯାହାର ଭୁଲ ଥିବ କର୍ଯ୍ୟାନୁଷ୍ଠାନ ନିଆଯିବ ।
https://x.com/Zinda_Avdhesh/status/1852285773967773801?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1852285773967773801%7Ctwgr%5Eaa76a679207a25e708afe972ae7ad464ef76635d%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Fnational%2Fjodhpur-lab-attendant-performs-ecg-on-patient-while-watching-youtube-tutorial%2F138674