ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ ନବରଙ୍ଗପୁର ମିଳିତ ଆନୁକୂଲ୍ୟରେ ସିଦ୍ଧ ଭୈରବୀ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲାର ଶତାଧିକ ଶ୍ରମିକ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅପର୍ଣ୍ଣା ମହାପାତ୍ର ଉପସ୍ଥିତ ରହି ଜିଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଶ୍ରମିକମାନେ କିପରି ଉପକୃତ ହେବେ ସେ ନେଇ ବୁଝେଇଥିଲେ। ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ସଚେତନ କରାଇଥିଲେ। ଅନ୍ୟତମ ଅତିଥି ଭାବେ କୁବେର ବେହେରା, ଜିଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଶିବିରରେ ଅଣସଂଗଠିତ ଶ୍ରମିକ ଓ ସଂଗଠିତ ଶ୍ରମିକମାନଙ୍କୁ ଲେବର୍‌ କାର୍ଡ, ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଥିଲା।

Share