ସାର୍ଥକ ହୋଇଛି ଶ୍ରମ

କାମାକ୍ଷାନଗର, ୧।୧୧: ଧଳା ଘୁଷୁରି ଚାଷରେ ଲାଭ ଅଧିକ। ହେଲେ ଏଭଳି ଚାଷ ଏବଂ ମାଂସ ବ୍ୟବସାୟକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ନକାରାତ୍ମକ ଚିନ୍ତାଧାରା। ଫଳରେ ଭଲ ଜଳବାୟୁ, ଉନ୍ନତ ପରିବେଶ ସାଙ୍ଗକୁ ଭିତ୍ତିଭୂମି ଥିବା ସତ୍ତ୍ୱେ ଧଳା ଘୁଷୁରି ପାଳନ କରିବାକୁ ଆଗ୍ରହୀ ହେଉନାହାନ୍ତି ଚାଷୀ। ତେବେ ପ୍ରତିକୂଳ ପରିବେଶ ଏବଂ ବ୍ୟବସାୟର ସୁବିଧା ନ ଥିବା ସତ୍ତ୍ୱେ ଧଳା ଘୁଷୁରି ପାଳନ କରି ଭାଗ୍ୟ ବଦଳାଇବା ଆଶାରେ ରହିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମର ୩୩ ବର୍ଷୀୟ ଯୁବଚାଷୀ ନିହାର ରଞ୍ଜନ ସାହୁ।

ପାସ୍‌ କରିଛନ୍ତି ସ୍ନାତକ। ଚାହିଁଥିଲେ ଭଲ ଚାକିରିଟିଏ କରିପାରନ୍ତେ। ହେଲେ ଅନ୍ୟମାନଙ୍କ ଭଳି ଚାକିରି ଜୀବନର ଅଣନିଃଶ୍ୱାସୀ ଦୌଡ଼ରେ ନ ରହି କିଛି ଅଲଗା କରି ଦେଖାଇବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମର ଯୁବଚାଷୀ ନିହାର ରଞ୍ଜନ ସାହୁ। ଚାଷକାର୍ଯ୍ୟରେ ସବୁବେଳେ ପରୀକ୍ଷା ନିରୀକ୍ଷା କରିବାକୁ ଭଲ ପାଉଥିବା ଏହି ଉଚ୍ଚଶିକ୍ଷିତ ଯୁବକଙ୍କ ଶ୍ରମ ସାର୍ଥକ ହୋଇଥିବାବେଳେ ଦେଶୀ କୁକୁଡ଼ା, ମାଛ ଏବଂ ସଦ୍ୟ ଆରମ୍ଭ କରିଥିବା ଘୁଷୁରି ପାଳନରୁ ସେ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର।
ନିହାରଙ୍କୁ ୭ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ କରୋନା ସମୟରେ ବାପା ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ସ୍ତ୍ରୀ ଏବଂ ଏକମାତ୍ର ଝିଅଙ୍କୁ ନେଇ ତାଙ୍କ ପରିବାର। ୨୦୧୪ରେ ସ୍ନାତକ ପାସ୍‌ କରିବା ପରେ ଚାଷ ଆଡ଼କୁ ଆକର୍ଷିତ ହୋଇପଡ଼ିଥିଲେ ନିହାର। ସରକାରଙ୍କଠାରୁ ୫ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିଲେ କୁକୁଡ଼ା ପାଳନ। ମାତ୍ର ୨ ବର୍ଷରେ ଋଣ ପରିଶୋଧ କରିବା ପରେ ଲାଭଧନକୁ ଲଗାଇଥିଲେ ସଙ୍କରଜାତୀୟ ଛେଳି ଚାଷରେ। ହେଲେ ଛେଳି ବିକ୍ରିବଟା ସୁବିଧା ନ ହେବାରୁ ୨୦୧୭ରେ ୫୦୦୦ ଦେଶୀ କୁକୁଡ଼ା ଆଣି ବ୍ୟବସାୟ ବଢ଼ାଇଥିଲେ। ବନ୍ଧୁମାନଙ୍କ ସହିତ ପଶ୍ଚିମବଙ୍ଗ ବୁଲିବାକୁ ଯାଇଥିବାବେଳେ ହାଇବ୍ରିଡ୍‌ ଧଳା ଘୁଷୁରି ଦେଖି ଏହି ଚାଷ କରିବାକୁ ମନସ୍ଥ କରିଥିଲେ। ୟୁଟ୍ୟୁବ୍‌ ଏବଂ କେତେଜଣ ଚାଷୀଙ୍କ ସହାୟତାରେ ୨୦୨୧ ଏପ୍ରିଲରେ ବିହାରରୁ ଦେଢ଼ ଲକ୍ଷ ଟଙ୍କା ଦେଇ କିଣି ଆଣିଥିଲେ ୧୨ ଧଳା ଘୁଷୁରି। ଏହି ସଂଖ୍ୟା ଏବେ ୬୦ରେ ପହଞ୍ଚତ୍ଲାଣି। ଏଥିସହିତ ଦେଢ଼ ଏକର ଜମିରେ ପୋଖରୀ ଖୋଳି ମାଛଚାଷ କରି ୮୦ ହଜାର ଟଙ୍କାର ଯାଅଁାଳା ଛାଡ଼ିଥିଲେ। ଅଦ୍ୟାବଧି ୧ ଲକ୍ଷ ଟଙ୍କାର ମାଛ ବିକ୍ରି କରିସାରିଲେଣି। ଏଥିରୁ ଆହୁରି ୧୦ରୁ ୧୨ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ବାନ୍ଧିଛନ୍ତି। ମାଛଚାଷର ସଫଳତା ସମ୍ପର୍କରେ ନିହାର କୁହନ୍ତି, ପୋଖରୀରେ ବତକ ବୁଲିଲେ ମାଛ ଭଲ ବଢ଼ନ୍ତି। ଏଥିଲାଗି ସେ ୨୦୦ ବତକ ଆଣି ଛାଡ଼ିଥିଲେ। ସେମାନଙ୍କ ମଳ ପ୍ରାକୃତିକ ମାଛ ଖାଦ୍ୟ। ତେଣୁ ମାଛ ଭଲ ବଢ଼ିଛନ୍ତି। ହେଲେ ସ୍ଥାନୀୟ ବଜାରରେ ମାଂସ ଚାହିଦା ନ ଥିବାରୁ ବତକ ପାଳନ ବନ୍ଦ କରିଦେଇଛନ୍ତି। ଜେଜେବାପାଙ୍କ ୧୫ ଏକର ଜମିରେ ଚାଷବାସ କରୁଛନ୍ତି ନିହାର। ଦେଢ଼ ଏକର ବିଶିଷ୍ଟ ପୋଖରୀରେ ମାଛ ଓ ଅନ୍ୟ ଜମିରେ ଦେଶୀ କୁକୁଡ଼ା ସାଙ୍ଗକୁ ଧଳା ଘୁଷୁରି ପାଳିଛନ୍ତି। ଫାର୍ମ ପରିଚାଳନାରେ ସେ ନିଜେ ଶ୍ରମଦାନ କରିବା ସହିତ ୮ଜଣଙ୍କୁ ରଖିଛନ୍ତି। ସ୍ତ୍ରୀ ନିରୁପମାଙ୍କ ଭରପୂର ସହାୟତା ମଧ୍ୟ ମିଳୁଛି। ସ୍ଥାନୀୟ ବଜାରରେ ଧଳା ଘୁଷୁରି ମାଂସର ଚାହିଦା ନାହିଁ। ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଘୁଷୁରି କିଣିବାକୁ ଆଗ୍ରହୀ ହେଉଛନ୍ତି। ଭବିଷ୍ୟତରେ ଏଥିରୁ ଅଧିକ ଲାଭ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ଅଞ୍ଚଳରେ ପ୍ରଥମ ଥର ଧଳା ଘୁଷୁରି ଚାଷ ହୋଇଥିବାରୁ ତାଙ୍କ ଫାର୍ମକୁ ଅନେକେ ବୁଲିବାକୁ ଆସୁଛନ୍ତି, ଯାହା ତାଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି ନିହାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ...

ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା

ଢେଙ୍କାନାଳ,୧୫ା୩(ରତନ ନାୟାର): ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧିକ...

ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ: ବୁଝାସୁଝା ପରେ ହଟିଲା ରାଜପଥ ଅବରୋଧ

ଢେଙ୍କାନାଳ,୧୫।୩(ରତନ ନାୟାର): ଢେଙ୍କାନାଳ ସହର ମହିଷାପାଟ ଛକ ନିକଟସ୍ଥ ଇଡକୋ ଟାୱାର ସମ୍ମୁଖସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଲି...

ଜଙ୍ଗଲରେ ଚରୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ୧୫ ଛେଳି, ମାଲିକ ଅଚେତ

ଢେଙ୍କାନାଳ,୧୪ା୩(ରତନ ନାୟାର): ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କ...

ବିଲରେ ପଡ଼ିଛି ଦନ୍ତାହାତୀ ଜିମିର ମୃତଦେହ

ଢେଙ୍କାନାଳ,୩ା୩(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣି ଜାମୁଝରି ନିକଟସ୍ଥ ଏକ ବିଲରେ ଦନ୍ତାହାତୀ ଜିମିର ମୃତଦେହ ସୋମବାର ସକାଳେ ବନ ବିଭାଗ ଉଦ୍ଧାର...

ବୁଦ୍ଧେଶର ଶୈବପୀଠରେ ମହାଶିରାତ୍ର ,୪.୧୫ରେ ଉଠିବ ମହାଦୀପ

ଭୁବନ ୨୬।୦୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ବୁେଶ୍ୱେର ଶୈପିଠରେ ମହାଶିରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ନିତି ର୍ନିଘଣ୍ଟ...

କପିଳାସରେ ଜାଗର: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଢେଙ୍କାନାଳ,୨୬।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ବୁଧବାର ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image