Categories: ବାଣିଜ୍ୟ

ଚଳିତ ବର୍ଷ ଆସି ନ ପାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ୪ ଶ୍ରମ କୋଡ୍‌ ଲାଗୁ ହୋଇ ନ ପାରେ। ରାଜ୍ୟଗୁଡ଼ିକ ସ୍ତରରେ ନିୟମ ଡ୍ରାଫ୍ଟ କରିବା ପ୍ରକ୍ରିୟା ବର୍ତ୍ତମାନ ବିଳମ୍ବ ହେଉଛି। ସେହିଭଳି ଉତ୍ତର ପ୍ରଦେଶ ନିର୍ବାଚନ ମଧ୍ୟ ଏକ ରାଜନୈତିକ କାରଣ ଭାବେ ଉଭା ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ନୂଆ ନିୟମ ଲାଗୁ ହେଲେ କର୍ମଚାରୀ ଘରକୁ ନେଉଥିବା ବେତନ ହ୍ରାସ ହେବ। ଏହାବାଦ କମ୍ପାନୀଗୁଡିକର ଭବିଷ୍ୟନିଧି ଦେୟ ନେଇ ଉତ୍ତରଦାୟିତ୍ୱ ବଢିବ ବୋଲି ଜଣାପଡିଛି।

Share