Categories: ଜାତୀୟ

ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା

ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ। ଛୁଆଙ୍କ ପାଇଁ ଗାଁରେ ଘର ନିର୍ମାଣ କରିବା ଲାଗି ବ୍ୟାଙ୍କରୁ ଉଠାଇଥିଲେ ୧ ଲକ୍ଷ ଟଙ୍କା। ୫୫ କେଜିର ବିଭିନ୍ନ ରାଶନ ସାମଗ୍ରୀ ମଧ୍ୟ କିଣିଥିଲେ। ଦୁଭାର୍ଗବଶତଃ ବରେଲି-ନୂଆଦିଲ୍ଲୀ ଇଣ୍ଟରସିଟି ଏକ୍ସପ୍ରେସରେ ଚଢ଼ିଲାବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଶିବାଜୀ ବ୍ରିଜ ରେଲ୍‌ଓ୍ବେ ଷ୍ଟେଶନ ପ୍ଲାଟଫର୍ମରେ ଭୁଲି ଯାଇଥିଲେ।

ଉକ୍ତ ଷ୍ଟେଶନରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ନରେନ୍ଦ୍ର କୁମାର। ପ୍ଲାଟଫର୍ମରେ ରାଉଣ୍ଡ ମାରୁଥିବାବେଳେ ତାଙ୍କୁ ମିଳିଥିଲା ଟଙ୍କା ଭର୍ତ୍ତି ବ୍ୟାଗ। ଏହାପରେ ଆରମ୍ଭ କରିଥିଲେ ବ୍ୟାଗର ମାଲିକଙ୍କୁ ଖୋଜିବା। କେହି ନ ମିଳିବାରୁ ବ୍ୟାଗକୁ ନିଜ ପାଖରେ ରଖିଥିଲି। ବ୍ୟାଗରେ ଦୁଇ ବଣ୍ଡଲ ଟଙ୍କା, ପାଣି ବୋତଲ, ଚେକ୍‌ ବୁକ୍‌, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ଓ ରସାନ କାର୍ଡ ଥିଲା। ତୁରନ୍ତ ଏସମ୍ପର୍କରେ ଜଣାଇଥିଲେ ସିନିୟରଙ୍କୁ। ବିଜୟ କୁମାରଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ଟ୍ରେନ ଆନନ୍ଦ ବିହାର ଷ୍ଟେଶନରେ ପହଞ୍ଚିବା ପରେ ପାଖରେ ବ୍ୟାଗ ନ ଥିବା ଜାଣିବାକୁ ପାଇଥିଲି। କାନ୍ଦି କାନ୍ଦି ପହଞ୍ଚିଥିଲି ଶିବାଜୀ ବ୍ରିଜ ଷ୍ଟେଶନରେ। ଆଉ ଆଶା ନ ଥିଲା। କିନ୍ତୁ ନରେନ୍ଦ୍ର ବାବୁ ଦେବଦୂତ ସାଜିଲେ। ମୋତେ ଟଙ୍କା ଫେରାଇବା ସହ ପରବର୍ତ୍ତୀ ଟ୍ରେନରେ ବସାଇ ଦେଲେ ବୋଲି କହିଛନ୍ତି ବିଜୟ।

Share