ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନାନୁଯାୟୀ, ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସର ଲକ୍ଷଣଥିଲା। ସେ ୫-୬ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଇସିୟୁରେ ଥିବାରୁ ତାଙ୍କର ବ୍ଲାକ ଫଙ୍ଗସ ହୋଇଛି କି ନାହିଁ ତାହା ଜାଣିବା ପାଇଁ କ୍ଲିନିକାଲ ଟେଷ୍ଟ କରାଯାଇ ପାରି ନଥିଲା। ତେଣୁ ବ୍ଲାକ ଫଙ୍ଗସରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯିବ ନାହିଁ। ତେବେ ତାଙ୍କୁ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ କୁହାଯାଇ ପାରିବ।

Share