ପରିଚାଳନା ତ୍ରୁଟିରୁ ରକ୍ତ ଅଭାବ

ନୟାଗଡ଼ ଅଫିସ,୨୧ା୨:ପରିଚଳାନାରେ ତ୍ରୁଟି କାରଣରୁ ସଙ୍କଟରେ ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ରକ୍ତ ଭଣ୍ଡାର । ଫେବୃୟାରୀରେ ଶୂନ୍ୟ ହୋଇ ଯାଉଛି ରକ୍ତ ଭଣ୍ଡାର। ଏପରିକି ରିଜର୍ଭ ଷ୍ଟକକୁ ଶେଷ କରି ଦେଉଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ରକ୍ତ ନ ଥିବାରୁ ରବିବାର ଉତ୍ତେଜନା ସୃଷ୍ଟି ହେବା ସହ ପାଟିତୁଣ୍ଡ ହୋଇଥିଲା ।
ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରକ୍ତ ଦେଣ ନେଣରେ ଜାଣି ଶୁଣି କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି ।
ସେହିପରି ବ୍ଲଡ ବ୍ୟାଙ୍କ ଅଧିକାରୀ ଏହି ସମସ୍ୟା କଥା ବୁଝିବା ପାଇଁ ସମୟ ନାହିଁ ।
ରକ୍ତ ଅଭାବ ପରିସ୍ଥିତିକୁ ଦୂର କରିବାକୁ କିଛି ପଦକ୍ଷେପ ନେଉ ନାହାନ୍ତି । ଏପରିକି ବ୍ଲଡ କ୍ୟାମ୍ପକୁ ବିଭାଗୀୟ ଅଧିକାରୀ ଯାଉ ନାହାନ୍ତି ବୋଲି ଅଭିଯୋଗ ରହିଛି ।
ରିଜର୍ଭ ଷ୍ଟକ ଶେଷ ହେବା ପରେ ସିଡିଏମ୍‌ଓ ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି ଅବ୍ୟବସ୍ଥା ପାଇଁ ବିରକ୍ତ ହୋଇଥିଲେ। ସୋମବାର ୬ ୟୁନିଟ ରକ୍ତ ଥିବା ଦର୍ଶାଯାଇଛି।
ତେବେ ରକ୍ତ ଅଭାବ ଦେଖାଇ ରୋଗୀଙ୍କୁ ଫେରାଇ ଦିଆଯାଉଛି।
ଏନେଇ ଖଣ୍ଡପଡ଼ାର ରାମଚନ୍ଦ୍ର ନାୟକ କୁହନ୍ତି, ମୋର ଜଣେ ସମ୍ପର୍କୀୟଙ୍କ ପାଇଁ ରକ୍ତର ଆବଶ୍ୟକତା ଥିଲା। ଗୁରୁତର ରୋଗୀ ଥିବାରୁ ରକ୍ତ ନିହାତି ଦରକାର ଥିଲା । ହେଲେ ‘ଓ ପଜେଟିଭ’ ରକ୍ତ ବି ମିଳିଲା ନାହିଁ । ପଚାରିଲା ପରେ ଉତ୍ତର ମିଳିଲା ରକ୍ତ ଭଣ୍ଡାରରେ ରକ୍ତ ଆଦୌ ନାହିଁ । ଯଦି ରକ୍ତ ଆଦୌ ରହୁନି ତେବେ ଏହାକୁ ବନ୍ଦ କରି ଦେବା ଦରକାର କହି ଘଟଣାସ୍ଥଳରୁ ଫେରିଥିଲି।
ପରେ ବହୁ କଷ୍ଟରେ ରକ୍ତ ସଂଗ୍ରହ କରି ଦେଇଥିଲୁ । ସାମାଜିକ କର୍ମୀ ଦାମୋଦର ସାହୁ କୁହନ୍ତି, ବ୍ଲଡବ୍ୟାଙ୍କକୁ ଜାଣି ଶୁଣି ଅଚଳ କରି ଦିଆଯାଉଛି। ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରାଯାଉନି।
ପୁଣି ଶିବିର ପାଇଁ ସଚେତନତା ସୃଷ୍ଟି କରାଯାଉନି। ଏପରିକି ବ୍ଲଡ ବ୍ୟାଙ୍କ ଅଧିକାରୀ କୌଣସି କ୍ୟାମ୍ପକୁ ଯାଉ ନାହାନ୍ତି। ପୂର୍ବରୁ ଯେଉଁମାନେ ବ୍ଲଡବ୍ୟାଙ୍କ ଅଧିକାରୀ ରହୁଥିଲେ ସେମାନେ କ୍ୟାମ୍ପକୁ ଯାଉଥିଲେ। ଲୋକଙ୍କୁ ରକ୍ତ ଦେବାକୁ ସଚେତନତା କରାଉଥିଲେ । ଅନ୍ୟପକ୍ଷେ ଯେଉଁ ରକ୍ତ ସଂଗ୍ରହ କରାଯାଉଛି ପରିଚାଳନାରେ ତ୍ରୁଟି କାରଣରୁ ରକ୍ତଭଣ୍ଡାରରେ ରକ୍ତ ରହୁନି । ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ଏଭଳିଆ ଅବ୍ୟବସ୍ଥା କେବେବି ଦେଖା ଯାଇ ନ ଥିଲା। ଗଣିଆର ରମା ନାୟକ କୁହନ୍ତି, ନୟାଗଡ଼ ବ୍ଲଡବ୍ୟାଙ୍କରେ ରକ୍ତ ବିକ୍ରି ହେଉଛି। ହାତଗୁଞ୍ଜା ଦେଲେ ମିଳୁଛି । ମୋର ଜଣେ ସମ୍ପର୍କୀୟଙ୍କର ରକ୍ତ ଦରକାର ହେବା ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ନ ଥିଲା ।
ହେଲେ ଜଣେ ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟସ୍ଥ ମାଧ୍ୟମରେ ହାତଗୁଞ୍ଜା ଦେବାରୁ ସୁବିଧାରେ ରକ୍ତ ମିଳିଗଲା। ଏହାର ତଦନ୍ତ ହେବା ଦରକାର। ଘଟଣା ସମ୍ପର୍କରେ ରକ୍ତଭଣ୍ଡାର ଅଧିକାରୀ ଅଜୟ ବାହିନିପତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ ଏନେଇ କିଛି କହି ନ ଥିଲେ । ସିଡିଏମଓ ମକରନ୍ତ ବେଉରା କୁହନ୍ତି ବ୍ଲଡବ୍ୟାଙ୍କରୁ ରିଜର୍ଭ ଷ୍ଟକ ଶେଷ କରିଦେବା ପରେ ଅସୁବିଧା ଉପୁଜିଥିଲା ।
ରୋଗୀ ହଇରାଣ ହୋଇଥିଲେ। ଏନେଇ ଏକ ବୈଠକ କରାଯାଇ ଆଗକୁ ଏପରି ଅବ୍ୟବସ୍ଥା ନ କରିବାକୁ ତାଗିଦ୍‌ କରାଯାଇଛି । ବ୍ଲଡ୍‌ ବ୍ୟାଙ୍କରେ ଦେଖା ଦେଇଥିବା ରକ୍ତ ଅଭାବକୁ ଦୂର କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲାପାଳ ରବୀନ୍ଦ୍ର କୁମାର ସାହୁ କୁହନ୍ତି, ଘଟଣା ସମ୍ପର୍କରେ ଆଲୋଚନା କରି ରୋଗୀଙ୍କ ସୁବିଧା ହେଲା ଭଳି ପଦକ୍ଷେପ ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri