ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ ଜନ୍ମଦିନ ପାଳନ ଅବସରରେ ଶୁକ୍ରବାର ତାଙ୍କ ପୈତୃକ ଗ୍ରାମ ଗୋଲଣ୍ଡା ବହୁମୂଖୀ ବାତ୍ୟାଆଶ୍ରୟସ୍ଥଳୀରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଯାଇଛି ।
ଚଳିତ ଗ୍ରୀଷ୍ମ ଦିନରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିବାରୁ ଗ୍ରାମର ବୃନ୍ଦାବନ ଚନ୍ଦ୍ର ଯୁବକ ସଙ୍ଗଠନର ସହଯୋଗ କ୍ରମେ ଆୟୋଜିତ ଏହି ଶିବିରରେ ରାଜ୍ୟ କାଜୁ ନିଗମ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସୁବାଷ ମହାରଣା, ଏମ୍‌ ନିରଞ୍ଜନ ରେଡ୍ଡୀ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ପଞ୍ଚାନନ ପାଇକ, ସାମାଜିକ କର୍ମୀ ସନ୍ତୋଷ ସାହୁ , ନାଏବ ସରପଞ୍ଚ ଶରତ ଶବର ପ୍ରମୁଖ ଅତିଥି ଭାବେ ଉପସ୍ଥିତଥିଲେ ।
ଏହି ଅବସରରେ ଚିତ୍ରସେନ ନିଜ ଜନ୍ମଦିନରେ ନିଜେ ରକ୍ତଦାନ କରି ଯୁବପିଢିଙ୍କୁ ରକ୍ତଦାନ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର କର୍ମକର୍ତ୍ତାଙ୍କ ସହଯୋଗରେ। ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସାମାଜିକ କର୍ମୀ ବିପ୍ଳବ ମିଶ୍ର , ମିଲନ ପାଣିଗ୍ରାହୀ , ଚନ୍ଦନ ପାତ୍ର , ସୁନୀଲ କୁମାର ଗୌଡ଼ , ସୂର୍ଯ୍ୟ ଆଚାରୀ , କାଳିଆ କରଙ୍କ ସମେତ ପଞ୍ଚାୟତର ଯୁବଗୋଷ୍ଠୀ ଓ ସ୍ବେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।