ଗୋଧ୍ରା,୨୫ା୧:ଗୁଜରାଟର ଗୋଧ୍ରାରେ ଘଟିଥିବା ଦଙ୍ଗା ମାମଲାରେ ହାଲୋଲସ୍ଥିତ ଏକ କୋର୍ଟ ବୁଧବାର ପ୍ରମାଣ ଅଭାବରୁ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। ୨୦୦୨ ଫେବୃୟାରୀ ୨୮ରେ ଏକ ସଂଖ୍ୟାଲଘୁ ପରିବାରର ୧୭ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ପ୍ରମାଣ ଲିଭାଇବା ପାଇଁ ସେମାନଙ୍କ ମୃତଦେହଗୁଡ଼ିକୁ ଜାଳି ଦିଆଯାଇଥିଲା। ଅତିରିକ୍ତ ସେସନ୍ସ ଜଜ୍ ହର୍ଷ ତ୍ରିବେଦୀ ଏହି ମାମଲାରେ ୨୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିସାରିଛି। ଅବଶିଷ୍ଟ ୧୭ ଜଣଙ୍କ ବିରୋଧରେ ଅଭିଯୋଜନ ପକ୍ଷ ପ୍ରମାଣ ସଂଗ୍ରହ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହି ରାୟ ଦେଇଥିବା ପ୍ରତିବାଦୀ ପକ୍ଷଙ୍କ ଓକିଲ ଗୋପାଳସିଂ ସୋଲାଙ୍କି କହିଛନ୍ତି।