ଛତ୍ରପୁର,୩।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍ର କୌଣସି ଅଭାବ ନ ଥିବା ସୋମବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି । ଅକ୍ସିଜେନ୍ ଅଭାବ ଥିବା ନେଇ କେତେକ ଲୋକ ଗୁଜବ ସୃଷ୍ଟି କରୁଛନ୍ତି, ଏବଂ ଏହା ମିଛ ବୋଲି ଜିଲାପାଳ କହିଛନ୍ତି । କାହାକୁ ଅକ୍ସିଜେନ୍ ଦିଆଯିବ ତାହା ଡାକ୍ତରମାନଙ୍କ ନିଷ୍ପତି ଉପରେ ନିର୍ଭର କରେ । ସେମାନେ ଠିକ୍ ଭାବେ ସେମାନଙ୍କ କାର୍ଯ୍ୟ କରୁଛନ୍ତି । କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ନ କରିବାକୁ ଜିଲାପାଳ କହିଛନ୍ତି ।