ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ ବେଉଷଣ ସମୟରେ ବର୍ଷା ଅଭାବ ଯୋଗୁ ଚାଷ ଜମିରେ ଗୋରୁ ଚରୁଛନ୍ତି। ଚାଷ କାମ ହୋଇପାରୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବାଲେଶ୍ୱର ଜିଲା ଔପଦା ବ୍ଲକ ଅଞ୍ଚଳର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବାରୁ ଚାଷ ଜମିଗୁଡିକ  ଗୋଚାରଣ ଭୂମି ପାଲଟିଛି। ଏଭଳି ସ୍ଥିତିରେ ଚାଷୀ କଣ କରିବ, ବୁଦ୍ଧିବାଟ ଦିଶୁନାହିଁ।
ଔପଦା ବ୍ଲକସ୍ତରୀୟ ୧୧ଟି ପଞ୍ଚାୟତରେ ୭୯୦୦ ହେକ୍ଟର ଚାଷଜମି ଥିବା ବେଳେ ଜୁଲାଇରେ ଧାନ ଚାଷ ଶେଷ ହେବା ବଦଳରେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟରେ ବ୍ୟାଘାତ ଘଟୁଛି। ଚାଷୀ ଜୁନ୍‌ରେ ତଳି ପକାଇ ଜୁଲାଇରେ ବିଲ ରୋଇ ଚାଷ କାର୍ଯ୍ୟକୁ ଆଗେଇନେବା ପାଇଁ ବସିଥିବା ବେଳେ ଏଯାଏ ଧାନ ତଳିଟିଏ ପଡିପାରୁନାହିଁ।
୨୦୨୩ ଜୁନ୍‌ରେ ବର୍ଷାର ପରିମାଣ ୧୬୭ ମି.ମି. ଓ ଜୁଲାଇରେ ୩୪୩ ମି.ମି. ବର୍ଷା ହୋଇଥିବା ପୂର୍ବ ରେକର୍ଡ଼ରୁ ଜଣାପଡ଼ିଥିବା ବେଳେ ଚଳିତ ୨୦୨୪ ଜୁନ୍‌ରେ ୬୫ ମି.ମି. ବର୍ଷା ଓ ଜୁଲାଇ ୨୦ତାରିଖ ସୁଦ୍ଧା ମାତ୍ର ୫୦ ମି.ମି. ବର୍ଷା ହୋଇଥିବା ରେକର୍ଡରୁ ଜଣାଯାଇଛି। ବ୍ଲକସ୍ତରୀୟ ୭୯୦୦ହେକ୍ଟର ଚାଷଜମି ମଧ୍ୟରୁ ବ୍ୟକ୍ତିଗତ ପାଣି ପଏଣ୍ଟ ଥିବାରୁ ମାତ୍ର ୨୩ହେକ୍ଟର ଜମି ଚଳିତବର୍ଷ ରୁଆଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
୫୪୫ ହେକ୍ଟର ତଳିରେ ତଳି ପଡ଼ିଥିବା ଓ ୮୪ ହେକ୍ଟର ଜମି ବୁଣାଯାଇଥିଲେ ମଧ୍ୟ ତଳି ଏବଂ ରୁଆ ହୋଇଥିବା ଜମିଗୁଡ଼ିକରେ ପାଣି ଅଭାବ ପାଇଁ ଉଇ ଲାଗି ମରିବାକୁ ବସିଲାଣି। ମୌସୁମୀ ବର୍ଷାର ଲୁଚକାଳି ପାଇଁ ଚାଷ କାର୍ଯ୍ୟ ହୋଇ ପାରି ନ ଥିବାରୁ ଚାଷୀ କଣ କରିବ ବୋଲି ଚିନ୍ତା କରି ମୁଣ୍ଡରେ ହାତ ଦେଇ ବସିଛି। ବ୍ଲକସ୍ତରୀୟ ଥିବା ଚାଷ ଜମି ମଧ୍ୟରୁ ୪୮୫୨ ହେକ୍ଟର ଜମି ଉଠା ଜଳସେଚିତ ବୋଲି ରେକର୍ଡ ଦର୍ଶାଯାଇଥିବା କୃଷି ବିଭାଗଠାରୁ ଜଣାପଡ଼ିଥିବା ବେଳେ ୪୧୯ ହେକ୍ଟର ଜମି ଏମ୍‌ଆଇପି ଓ ୬୩୬ ହେକ୍ଟର ଜମି ଚେକଡ୍ୟାମ ବୋଲି କୁହାଯାଇଛି।
ବ୍ଲକସ୍ତରୀୟ ୨୪୩ଟି ଉଠାଜଳସେଚନ ପଏଣ୍ଟ ଥିବା ବେଳେ ଅଧାରୁ ଊର୍ଦ୍ଧ୍ୱ ଅଚଳ ହୋଇପଡିଛି। ବର୍ତ୍ତମାନ ଚାଷ କାର୍ଯ୍ୟ ଶେଷ ହେବା ପରିବର୍ତ୍ତେ ଜମିରେ ଗୋରୁ ଚରୁଥିବାରୁ ଚାଷୀକୁଳ ସର୍ବସ୍ବାନ୍ତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଖଇରା ବ୍ଲକ ଡଗରପଡ଼ା, ଗୋବିନ୍ଦପୁର ପଞ୍ଚାୟତ ପରି କେତେକ ପଞ୍ଚାୟତରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri