ଶ୍ରାବଣରେ ବର୍ଷା ଅଭାବ: ଚିନ୍ତାରେ ଚାଷୀ

ନାଉଗଁା,୩ା୮(ସ୍ବ.ପ୍ର): ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଚଳିତ ବର୍ଷ ନାଉଗଁା ବ୍ଲକରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଶ୍ରାବଣ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବର୍ଷା ଅଭାବରୁ ଅନେକ ଚାଷୀ ତଳି ପକାଇ ପାରିନାହାନ୍ତି। ଅପରପକ୍ଷେ କେନାଲ ସଫେଇ ହୋଇ ନ ଥିବା କାରଣରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ବ୍ଲକର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନଚାଷ କରିଥାନ୍ତି। ଏଠାରେ ସମୁଦାୟ ୭ ହଜାର ୨୫ ଶହ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଉଛି। ବ୍ଲକ ଦେଇ ୧୬(ଏ) କେନାଲ ଅଲଣା ପଞ୍ଚୟତ ଅରଖପାରିରୁ ବାଲିକୁଦା ବ୍ଲକ ଅଜିରା, ୧୬ (ବି) କେନାଲ ଅଲଣା ପଞ୍ଚାୟତରୁ ଜାମୁଗଁା ପଞ୍ଚାୟତର ଚକୁଳିପଡ଼ା, ୧୯ (ଇ) ଆଳିପିଙ୍ଗଳରୁ ରୋହିଆ ପଞ୍ଚାୟତ ଅନନ୍ତପୁରା, ୧୯(ଏ) କେନାଲ ଜଗତ୍‌ସିଂହପୁର ବ୍ଲକ ପୁରୁଣାଗଡରୁ ନୂଆଗଁା, ୧୯(ଇ୨) କେନାଲ ଗଜରାଜପୁର ଦେବୀଦୋଲରୁ ଗୋପାଳପୁର ଓ ୧୯(ଏ୨) କେନାଲ ଅଲଣା ପଞ୍ଚାୟତ ଭାତପଡାରୁ ଖଇରାହୋଲି ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ବିଭାଗ ଦ୍ୱାରା ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେନାଲଗୁଡ଼ିକୁ ସଫେଇ କରାଯାଉଛି। ମାତ୍ର ନିମ୍ନମାନର କାମ ଯୋଗୁ ଏହାର ଲାଭ ଚାଷୀଙ୍କୁ ମିଳିପାରୁନାହିଁ। ଅପରପକ୍ଷେ କେନାଲରେ ପାଣି ଆସୁକି ନ ଆସୁ ଚାଷୀଙ୍କୁ ଜଳ କର ଗଣିବାକୁ ପଡ଼ୁଛି । ଏନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ କେନାଲ ମାଧ୍ୟମରେ ମରୁଡି ସମୟରେ ଚାଷ ଜମିକୁ ଜଳସେଚନ କରାଯାଉଥିବା ବେଳେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ସମୟରେ ଏହି ବାଟ ଦେଇ ଉଦବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ଚଳିତବର୍ଷ ବର୍ଷା ଅଭାବ ଥିବାବେଳେ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ନଥିବାରୁ ଚିନ୍ତା ବଢ଼ିଯାଇଛି ବୋଲି ଚାଷୀ ଆର୍ତ୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନରେ ସହ ଯୋଜକ ଅଶୋକ ସ୍ବାଇଁ, ପ୍ରଦୋଷ ମହାନ୍ତି, ହର ପ୍ରସାଦ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ବ୍ଲକରେ ଯେଉଁ ପଞ୍ଚାୟତଗୁଡ଼ିକରେ କେନାଲ ନାହିଁ, ସେହି ପଞ୍ଚାୟତର ଚାଷୀ ମରୁଡି ସମୟରେ ଉଠା ଜଳ ସେଚନ ଉପରେ ନିର୍ଭର କରନ୍ତି। ଉଠାଜଳ ସେଚନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ଲକରେ ମୋଟ ୯୨ଟି ଉଠା ଜଳସେଚନ ପଏଣ୍ଟ ରହିଛି। ସେଥିରୁ ୬୦ଟି ପଏଣ୍ଟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୩୦ଟି ଅଚଳ ଅବସ୍ଥାରେ ରହିଛି।
ଏ ସମ୍ପର୍କରେ ଉଠା ଜଳସେଚନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଦାସ କହିଛନ୍ତି, ଉଠା ଜଳସେଚନ ପଏଣ୍ଟ ଦାୟିତ୍ୱ ପାଣି ପଞ୍ଚାୟତକୁ ଦିଆଯାଇଛି। ଚାଷୀଙ୍କ ଜମିରେ ପାଣି ମଡ଼ାଇବା ଦ୍ୱାରା ଯେଉଁ ଅର୍ଥ ଆଦାୟ ହେଉଛି ତାହାକୁ ପଏଣ୍ଟ ମରାମତି, ବିଦ୍ୟୁତ ବିଲ ପୈଠ ଆଦି କାର୍ଯ୍ୟରେ ଲଗାଇବା ପାଇଁ ସରକାରଙ୍କ ନିୟମ ରହିଛି। କିନ୍ତୁ ଅନେକ ପାଣି ପଞ୍ଚାୟତ ଠିକ ଭାବେ କାର୍ଯ୍ୟ କରୁ ନ ଥିବା ସହ ବିଦୁତ୍‌ ବିଲ ପୈଠ କରୁନାହାନ୍ତି। ଫଳରେ ଜଳ ସେଚନ ପଏଣ୍ଟଗୁଡିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦିଆଯାଇଛି। ସେହିପରି କେନାଲରେ ପାଣି ନ ଆସିବା ଓ ଠିକଭାବେ ସଫେଇ ନ ହେବା ସମ୍ପର୍କରେ ଅଲଣାହାଟ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ସବୁ କେନାଲରେ ପାଣି ଆସି ନାହିଁ, ଯେଉଁ ସବୁ କେନାଲରେ ପାଣି ଆସିଛି ଯଦି ଠିକ୍‌ ଭାବେ ଜମିକୁ ପାଣି ଯାଉ ନ ଥିବ ତାହେଲେ ପୁନର୍ବାର ସଫେଇ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ...

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର...

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri