କଂସା, ପିତ୍ତଳ ସାମଗ୍ରୀ ପାଇଁ କଞ୍ଚାମାଲ ଅଭାବ

ଖଣ୍ଡପଡ଼ା,୧୩ା୧( ଅଜୟ କୁମାର ମହାରଣା): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବ ପୀଠ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ହେଲେ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା ହ୍ରାସ ପାଉଥିବାରୁ କାରିଗରମାନେ ହାତବାନ୍ଧି ବସିଛନ୍ତି। ଫଳରେ ଏହି ଶିଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାର ଏହି ଶିଳ୍ପର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ ଯୁବ ପିଢି ସେହି କାମ କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବାରୁ ରାଜ୍ୟର ହଜାରରୁ ଊର୍ଦ୍ଧ୍ୱ କାରିଗର ପରିବାର ସେମାନଙ୍କ ଜୀବିକା ହରାଇବା ଆଶଙ୍କା ପ୍ରକାଶ ପାଇଛି।
ନାନା ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରୁଛନ୍ତି ଓଡ଼ିଶାର କଂସାରୀ ସମାଜ। ସେମାନଙ୍କ ମଧ୍ୟରୁ ଅନେକ କାରିଗର ଆଜି ବାସଚ୍ୟୁତ। ନିଜର ଭିଟାମାଟି ଛାଡି କଂସାରୀ କାରିଗରମାନେ ନୟାଗଡ଼ ଜିଲାର କଣ୍ଟିଲୋ, ଖଳିସାହି, ଶରଣକୁଳ, ଇଟାମାଟି, ରାଜସୁନାଖଳା, ପୁରୀ ଜିଲାର ବାଳକାଟି, ଭଇଁଚୁଆ, କଟକ ଜିଲାର ଭଟିମୁଣ୍ଡା, ବିନ୍ଧାଣିମା, ଢେଙ୍କାନାଳର ଭୁବନ, ଇନ୍ଦୁପୁର, ଓଉଖମା ଆଦି ଅଞ୍ଚଳକୁ କର୍ମସଂସ୍ଥାନ ପାଇଁ ଚାଲି ଯାଉଛନ୍ତି। ଏମାନଙ୍କ ପିଲାମାନଙ୍କ ଭବିଷ୍ୟତ ଅମାଅନ୍ଧାର ମଧ୍ୟରେ ଗତି କରୁଛି। କାରଣ ସେମାନଙ୍କ ସାମୂହିକ ଉନ୍ନତି ପାଇଁ ରାଜ୍ୟ ସରକାର କୌଣସି ଧ୍ୟାନ ଦେଉନାହାନ୍ତି ବୋଲି କାରିଗରମାନେ ଅଭିଯୋଗ କରିଛନ୍ତି। ମାତ୍ର ସରକାରୀ ତଥା ଶିଳ୍ପ ବିଭାଗର ରେକର୍ଡ ଅନୁଯାୟୀ ବିଭିନ୍ନ ସମୟରେ ଏହି ଶିଳ୍ପ ଓ କଂସା ପିତ୍ତଳ କାରିଗରମାନଙ୍କ ଉନ୍ନତି ତଥା ବିକାଶ ଲକ୍ଷ୍ୟରେ ବିପୁଳ ଅନୁଦାନ ମଞ୍ଜୁର କରାଯାଇଛି। ହେଲେ ଆଜିର ଯୁବ ପିଢି ଏହି କଷ୍ଟସାଧ୍ୟ ପାରମ୍ପରିକ କଳାକୃତି ପ୍ରତି ବିମୁଖ ହୋଇ ଅଳ୍ପ ପରିଶ୍ରମରେ ତଥା ସହଜ ଉପାୟରେ କିପରି ଅଧିକ ଉପାର୍ଜନ କରିପାରିବେ ତାହା ଚିନ୍ତା କରି ଅନ୍ୟତ୍ର ଚାଲି ଯାଇଛନ୍ତି।
ସ୍ବାଧୀନତାର ବହୁ ପୂର୍ବରୁ ଏହି କାରିଗରମାନେ ଦିନକୁ ୧୨ରୁ ୧୪ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ଶାଳ ପାଖରେ ରହି ତତଲା କଂସା ଓ ପିତ୍ତଳ ଘଟିକୁ ୪ରୁ ୫ ଜଣ ମିଳିତ ଭାବେ ତାଳ ମେଳ ରଖି ହାତୁଡି ପ୍ରହାର କରି ବାସନ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ହାତୁଡି ପ୍ରହାରରେ ତାଳମେଳ ନ ରହିଲେ ଅଘଟଣ ଘଟିବାର ଆଶଙ୍କା ଥିଲା। କିନ୍ତୁ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏ କ୍ଷେତ୍ରରେ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ପୁରୁଖା କାରିଗରମାନେ କହିଛନ୍ତି। ଅପରପକ୍ଷେ ପୁରାତନ ଏହି ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଶିଳ୍ପ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କହୁଥିବା ବେଳେ ଏଥିପ୍ରତି ସେତେଟା ଆନ୍ତରିକତା ଥିବାପରି ମନେ ହୁଏନା। ନୂତନ ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ତାଲିମ କେନ୍ଦ୍ରରେ ଜ୍ଞାନ କୌଶଳ ପ୍ରଦାନ କରିବା ଦିଗରେ ସରକାରୀସ୍ତରରେ ଯୋଜନାମାନ ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରାରମ୍ଭିକସ୍ତରରେ ନାବାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇ କଣ୍ଟିଲୋରେ ୬୦ ଜଣ ଯୁବ କାରିଗରଙ୍କୁ ତାଲିମ ପ୍ରଦାନ କରାଯାଇଛି। ମାତ୍ର ତାଲିମର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ହେବ ସେଥିପ୍ରତି ସନ୍ଦିହାନ। ଅନ୍ୟପକ୍ଷେ ତାଲିମ ନେଇଥିବା ପିଲାମାନଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ଏକାଠି କରି ନୂତନ ଜ୍ଞାନ କୌଶଳରେ କଂସା ପିତ୍ତଳ ବାସନ ଶିଳ୍ପର ଅଭିବୃଦ୍ଧି କରିପାରିଲେ ଏହି ଶିଳ୍ପର ବିକାଶ ହୋଇପାରନ୍ତା ବୋଲି ନିଖିଳ ଉତ୍କଳ କଂସାରୀ ସମାଜର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ଓ ନୟାଗଡ଼ ଜିଲା ଶିଳ୍ପୀ ମହାସଂଘର ସଭାପତି ଦଣ୍ଡପାଣି ସାହୁ କହିଛନ୍ତି। ଏହା ଛଡା ଆଜିର ଯୁବ ପିଢି ତଥା ଯୁବ କାରିଗରମାନେ ଯଦି ନୂତନ ଜ୍ଞାନ କୌଶଳ ପ୍ରତି ଦୃଷ୍ଟି ଦେଇ ନିଜ କୌଳିକ ବୃତ୍ତିକୁ ଆପଣେଇ ନିଅନ୍ତେ ତେବେ ପୁରାତନ ଐତିହ୍ୟ ଉଜ୍ଜୀବିତ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏ ଶିଳ୍ପର ଅଭିବୃଦ୍ଧି ଓ କାରିଗରମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଓ ପ୍ରୋତ୍ସାହନ ଯୋଗାଇଦେବା ସହ ଯୁବ କାରିଗରମାନଙ୍କୁ ଠିକ ଭାବେ ତାଲିମ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟଥା ଓଡ଼ିଶାର ଏକ ପୁରାତନ ହସ୍ତ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ବୁଡିଯିବ ବୋଲି ସେମାନେ କହିଛନ୍ତି।
ଏ ସମ୍ପର୍କରେ ନୟାଗଡ଼ ଜିଲା ଶିଳ୍ପ ଅଧିକାରୀ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସମ୍ପ୍ରତି ରାଜ୍ୟ ସରକାର କାରିଗରମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। କଣ୍ଟିଲୋ ପଞ୍ଚାୟତ ଅଧୀନ ପାଣୁସାହୁ ପାଟଣା ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ପରିସରରେ ୪.୯୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନରେ ନିର୍ମିତ କଂସା ପିତ୍ତଳ ଓ କାଠ ଶିଳ୍ପ ପ୍ରକଳ୍ପ ଦୀର୍ଘଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ। ଏହି ଶିଳ୍ପ ଉପରେ ଉପକୃତ ହେବାର ଆଶା ବାନ୍ଧିଥିବା ଶତାଧିକ କାରିଗର ଆଶା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି ବୋଲି ନୟାଗଡ଼ ଜିଲା ଓଡ଼ିଶା ବିକାଶ ପରିଷଦ(ହସ୍ତଶିଳ୍ପ) ଜେନେରାଲ କାଉନସିଲର ପବିତ୍ର କୁମାର ମହାରଣା କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ

ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍‌ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image