୧୦ ବ୍ଲକ, ୮ ସହରରେ ଅଭାବ ଦ୍ୱିତୀୟ ଡୋଜ ଟିକା: ଗଡ଼ିଲାଣି ଅବଧି ତାରିଖ

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଟିକାର ଅଭାବ ଲାଗି ରହିଛି । ଶନିବାର ଜିଲାର ମାତ୍ର ୪ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ତେବେ ରବିବାର ଜିଲାର ୨୨ ବ୍ଲକ ମଧ୍ୟରୁ ୧୦ ଟି ବ୍ଲକ ଏବଂ ୧୮ ସହରାଞ୍ଚଳରୁ ୮ ସହରରେ ଦ୍ୱିତୀୟ ଡୋଜ କୋଭିଶିଲ୍ଡ ଟିକାକାରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାତ୍ର ୩୦ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ କୋଭିସିଲଡ ଟିକା ଦିଆଯାଉଥିବା ସୂଚନା ଦିଆଯାଉଛି। ଅପରପକ୍ଷରେ ବୁଗୁଡ଼ା ଓ ବେଲଗୁଣ୍ଠା ବ୍ଲକ ଓ ସହରରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକାକାରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଭୁବନେଶ୍ୱର ପରେ ଗଞ୍ଜାମରେ ପ୍ରଥମ ଡୋଜ କୋଭାକ୍ସିନ୍‌ ଟିକା ଦିଆଯାଉଛି। ଏହା ମଧ୍ୟ ଜିଲାରେ ଅଭାବ ଥିବାରୁ ବହୁ କେନ୍ଦ୍ରରେ ଟିକାକାରଣ ବନ୍ଦ ରହିଛି।

Share