ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକ ରହିଛି। ଯଦି ସଠିକ୍ ମାତ୍ରାରେ ନ ଶୋଇବା ତା’ହେଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ। ଯେପରିକି ଉଦାସିନତା ଏବଂ ଚିନ୍ତା, ମାନସିକ ଅଶାନ୍ତି ଏବଂ ମେଦବହୁଳତା ଭଳି ଶାରୀରିକ ଅସୁସ୍ଥତା ଦେଖାଦେଇଥାଏ। ତେଣୁ ରାତିରେ ନିହାତି ୭-୮ ଘଣ୍ଟା ଶୋଇବା ଉଚିତ୍। ନୂତନ ଅନୁସନ୍ଧାନ ଅନୁଯାୟୀ, ନିଦ୍ରାହୀନ ବ୍ୟକ୍ତି ସ୍ବାର୍ଥ୍ୟପର ପ୍ରକୃତିର ହୋଇଥାନ୍ତି। ମନୋବିଜ୍ଞାନୀ ବେନ ସିମୋନଙ୍କ ମତରେ, ସଠିକ୍ ପରିମାଣରେ ନ ଶୋଇଲେ ଅନ୍ୟକୁ ସାହାଯ୍ୟ କରିବା ଆଚରଣକୁ ପ୍ରଭାବିତ କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଲୋକେ ଏକ ଘଣ୍ଟା ନିଦ ହରାନ୍ତି, ସେତେବେଳେ ଆମର ଅନ୍ତନିର୍ହିତ ମାନବିକ ଦୟା ଏବଂ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ଉପରେ ସ୍ପଷ୍ଟ ଆଘାତ ଲାଗିଥାଏ।