କର୍ମଚାରୀ ଅଭାବ: ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ

ପଟ୍ଟାମୁଣ୍ଡାଇ,୧୬ା୯ (କଳ୍ପତରୁ ନାୟକ): ଭାଜପା ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ଯୋଜନା ପ୍ରଣୟନ କରୁଥିବା କୁହାଯାଉଛି। କିନ୍ତୁ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡ଼ିକ ବାସ୍ତବରେ କର୍ମଚାରୀ ଅଭାବରୁ ତଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତା’ର ଫାଇଦା ପାଇପାରୁଛନ୍ତି ତା’ର ଅନୁଧ୍ୟାନ କରିବାକୁ କେହିନାହାନ୍ତି। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ରହିଥିବା କର୍ମଚାରୀ ଅଭାବ ଯୋଗୁ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି। ପ୍ରକୃତରେ ଏଠାରେ ପ୍ରଶାସନ ଲୋକମାନଙ୍କର ନିକଟତର ହେଉଛି ନାଁ ଦୂରେଇ ଯାଉଛି। ଏହି ଅସମାହିତ ପ୍ରଶ୍ନକୁ ନେଇ ଜନଆନ୍ଦୋଳନ ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ପଟ୍ଟାମୁଣ୍ଡାଇରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି। କର୍ମଚାରୀ ଅଭାବରୁ ଲୋକମାନଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ। ଯେଉଁ କେତେଜଣ ହାତ ଗଣତି କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଗୁଡ଼ିକ ଚାଲିଛି ସେମାନେ ମିଟିଂ, ଭିସି ଏବଂ ଫିଲ୍‌ଡ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏଥିଯୋଗୁ ଜନସାଧାରଣ ବହୁ ଦୂର ଦୂରାନ୍ତରୁ ଅଯଥା ଖର୍ଚ୍ଚାନ୍ତ ହୋଇ ଆସି କୌଣସି କାର୍ଯ୍ୟ କରି ନ ପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି। ପଟ୍ଟାମୁଣ୍ଡାଇର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଲାଗି ରହିଛି। କୃଷି କାର୍ଯ୍ୟାଳୟରେ ଜଣେ ଏଏଓଙ୍କ ସମେତ ୫ରୁ ଅଧିକ ଭିଏଡବ୍ଲ୍ୟୁ ପଦବୀ ଖାଲି ପଡ଼ିଛି। ଫଳରେ କୃଷି କାର୍ଯ୍ୟ ବ୍ୟାହତ ହେଉଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ, ଜଳସମ୍ପଦ ବିଭାଗରେ ଏସ୍‌ଡିଓ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି। ପୂର୍ତ୍ତ ବିଭାଗରେ ୨ ଜଣ କନିଷ୍ଠ ଯନ୍ତ୍ରୀ ବଦଳରେ ଜଣେ ଯନ୍ତ୍ରୀ ଆଳି, ପଟ୍ଟାମୁଣ୍ଡାଇ ଦାୟିତ୍ୱରେ ଅଛନ୍ତି। ସେଥିନେଇ ଉନ୍ନତିମୂଳକ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ଅଗ୍ନିଶମ କାର୍ଯ୍ୟାଳୟରେ ନିଯୁକ୍ତି ଅନୁସାରେ କର୍ମଚାରୀ ନାହାନ୍ତି। ସେହିପରି ପଟ୍ଟାମୁଣ୍ଡାଇ ମୁଖ୍ୟ ପୋଷ୍ଟ ଅଫିସରେ କର୍ମଚାରୀ ନ ଥିବାରୁ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେଉଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ କୌଣସି ସ୍ପେଶାଲିଷ୍ଟ ନ ଥିବାବେଳେ ୮ଜଣ ସର୍ଜନକୁ ନେଇ ଚାଲିଛି। ପେଡିଆଟ୍ରିକ, ଅର୍ଥୋପେଡିକ ଓ ମେଡିସିନ ପ୍ରଭୃତି ବିଭାଗର ସ୍ପେଶାଲିଷ୍ଟ ନ ଥିବା ଯୋଗୁ ଲୋକେ ଚିକିତ୍ସା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତର ନ ଥିବା ଯୋଗୁ ପ୍ରସୂତିମାନଙ୍କୁ ନର୍ସମାନଙ୍କ ସହଯୋଗରେ ପିଲା ଜନ୍ମ କରାଯାଉଥିବା ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି। ଏଏନ୍‌ଏମ୍‌, ଷ୍ଟାଫ ନର୍ସ, ଅଟେଣ୍ଡାଣ୍ଟ ଏବଂ କୁକ୍‌ ପଦବୀ ଖାଲି ପଡ଼ଛି। ଏତଦ୍‌ବ୍ୟତୀତ ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ସ୍ବାସ୍ଥ୍ୟ କେନ୍ଦ୍ରରେ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠାରେ ଫାର୍ମାସିଷ୍ଟ, ଷ୍ଟାଫନର୍ସ କିମ୍ବା ଆଟେଣ୍ଡାଣ୍ଟ ନାହାନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକରେ ୭ ଜଣ ପିଆଇଓ, ୩ ଜଣ ପଞ୍ଚାୟତ ଯୋଗାଣ ସହାୟକ, ଗୋଟିଏ ଆକାଉଣ୍ଟ ଅଫିସର, ଜଣେ ପିଆଇଓ ଓ ବିଏସ୍‌ଏସ୍‌ଓ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ପଟ୍ଟାମୁଣ୍ଡାଇ ତହସିଲରେ ୬ ଜଣ କିରାଣି, ଆର୍‌ଆଇ, ଏଆର୍‌ଆଇ ଓ ଅମିନ ପଦବୀ ଖାଲି ପଡ଼ିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା ଯୋଗୁ ଆଇନ ଶୃଙ୍ଖଳା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି। ଏହି ଥାନା ଅଧୀନରେ ଥିବା ଚଉଦକୁଲାଟ ଫାଣ୍ଡିରେ କର୍ମଚାରୀ ଅଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମାଞ୍ଚଳ ଥାନା ଅଧୀନରେ ଅଧିକ ଗ୍ରାମ ରହିଥିବାରୁ କର୍ମଚାରୀ ଅଭାବରେ କାମ କରିବା ବହୁତ କଷ୍ଟକର ହୋଇପଡ଼ୁଛି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ବହୁ ପଦବୀ ଖାଲି ପଡ଼ିଛି। ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ ଅଧୀନ ବିଭିନ୍ନ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହୋଇନାହିଁ। ଫଳରେ ସରକାରଙ୍କର କର୍ମଚାରୀ ଛଟେଇ ନୀତି ଯୋଗୁ ପ୍ରଶାସନ ଏବେ ଲୋକମାନଙ୍କ ପାଖରୁ ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ପଚାରିବାରେ କେତେଜଣ ହାତଗଣତି କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଗୁଡ଼ିକ ଚାଲିଛି। ସେମାନେ ମିଟିଂ, ଭିସି ଏବଂ ଫିଲ୍‌ଡ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri