Categories: ଜାତୀୟ

ଟିକା ଅଭାବ ଏକ ଗୁରୁତର ପ୍ରସଙ୍ଗ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କରୋନା ବିରୋଧରେ ଟିକା ଅଭାବ ଏକ ଗୁରୁତର ପ୍ରସଙ୍ଗ। ଏହା ଏକ ‘ଉତ୍ସବ’ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଅନ୍ୟ ଦେଶକୁ ରପ୍ତାନି କରାଯାଉଥିବା ଟିକା ଡୋଜ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଟିକା ଅଭାବ ଏକ ଉତ୍ସବ ନୁହେଁ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଦେଶବାସୀଙ୍କ ଜୀବନକୁ ବିପଦରେ ପକାଇ ଟିକା ରପ୍ତାନି କରିବା ଠିକ କି? କୌଣସି ଭେଦଭାବ ନକରି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସାହାଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ଅନେକ ସ୍ଥାନରେ ଟିକା ଅଭାବ ହେବାର ଖବର ରହିଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ଟିକା ଉତ୍ସବ ମାଧ୍ୟମରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ରାଜ୍ୟ ଟିକାକରଣ କରାଯିବା ଉଚିତ।

Share